Odisha Link
Bridging the Missing Links in Odisha

ଆହୁରି ସୁଦୃଢ଼ ହେବ କ୍ରୀଡ଼ା କ୍ଷେତ୍ର, ବଜେଟରେ ସ୍ୱତନ୍ତ୍ର ବ୍ୟୟ ବରାଦ କଲେ ସରକାର

ଓଏଲ୍‌ ବ୍ୟୁରୋ: ଆଜି ବିଧାନସଭାରେ ୨୦୨୪-୨୫ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନା କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ରାଜ୍ୟ ସରକାରଙ୍କ ଅର୍ଥମନ୍ତ୍ରୀ ଭାବେ ମୋହନ ମାଝୀ ଖୋଦ ବଜେଟ ଉପସ୍ଥାପନା କରୁଛନ୍ତି। ୨୦୨୪-୨୦୨୫ ଆର୍ଥିକ ବର୍ଷ ପାଇଁ ମୋହନ ସରକାର ୨.୬୫ ଲକ୍ଷ କୋଟିର ବଜେଟ ବିଧାନସଭାରେ ଆଗତ କରିଛନ୍ତି।

ଏହି ଅବସରରେ ଓଡ଼ିଆ ଅସ୍ମିତା ଆମର ପରିଚୟ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଖେଳାଳିଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ସରକାର। କ୍ରୀଡ଼ା କ୍ଷେତ୍ରକୁ ସୁଦୃଢ଼ କରିବା ପାଇଁ ସରକାର ୯୫୨ କୋଟି ବ୍ୟୟ ବରାଦ କରିଛନ୍ତି।

ସେହିଭଳି ରେଳକ୍ଷେତ୍ରକୁ ସୁଦୃଢ଼ କରିବା ପାଇଁ ବଜେଟରେ ୬୦୦ କୋଟି ବ୍ୟୟ ବରାଦ ହୋଇଛି। ରେଳ ପ୍ରକଳ୍ପର ବିକାଶ ପାଇଁ ୬୦୦ କୋଟି ବ୍ୟୟ ବରାଦ କରିଛନ୍ତି ସରକାର। ଶିକ୍ଷା କ୍ଷେତ୍ରକୁ ନଜରରେ ରଖି ଛାତ୍ରଛାତ୍ରୀଙ୍କ ପାଇଁ ୧୧୭୦ କୋଟି ବ୍ୟୟ ବରାଦ ହୋଇଛି। ଯାହା ଦ୍ୱାରା ମେଧାବୃତ୍ତି ମାଧ୍ୟମରେ ଛାତ୍ରଛାତ୍ରୀ ଉପକୃତ ହୋଇପାରିବେ।

ଏହା ସହ ଧାନର ଏମଏସପି ବୃଦ୍ଧି ନେଇ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ୩୧୦୦ ଟଙ୍କାରେ ଖରିଫ ଓ ରବି ଧାନ କିଣିବାକୁ ବଜେଟରେ ବ୍ୟୟ ବରାଦ ହୋଇଛି। ସମୃଦ୍ଧ କୃଷକ ଯୋଜନା ପାଇଁ ୫୦୦୦ କୋଟି ବ୍ୟୟ ବରାଦ ହୋଇଛି। କୁଇଣ୍ଟାଲ ପିଛା ୮୦୦ ଟଙ୍କା ବୋନସ ଦେବେ ସରକାର। ଚାଷୀଙ୍କ ଆର୍ଥିକ ଅଭିବୃଦ୍ଧି ପାଇଁ ସରକାର ବଜେଟରେ ବ୍ୟାପକ ସମୃଦ୍ଧି ଆଣିଥିବା ଅର୍ଥମନ୍ତ୍ରୀ କହିଛନ୍ତି।

ମହିଳା ଓ ଶିଶୁ ବିକାଶ ପାଇଁ ମୋହନ ସରକାର ୧୭,୯୪୨ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। ସେହିପରି ମହିଳାଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ସରକାର। ରାଜ୍ୟରେ ମହିଳାଙ୍କ ପାଇଁ ଆରମ୍ଭ ହେବ ସୁଭଦ୍ରା ଯୋଜନା। ରାଜ୍ୟ ବଜେଟରେ ୧୦ ହଜାର କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି ସରକାର। ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ପାଇଁ ୨୦ କୋଟି ବ୍ୟୟବରାଦ ହୋଇଛି।

ସେହିପରି ଆୟୁଷ୍ମାନ ଯୋଜନା ପାଇଁ ୫୦୦ କୋଟି ବ୍ୟୟବରାଦ କରିଛନ୍ତି ସରକାର ବୋଲି ଅର୍ଥମନ୍ତ୍ରୀ ଗୃହରେ ମନ୍ତବ୍ୟ ରଖିଛନ୍ତି। ସେହିପରି ଓଡ଼ିଆ ଅସ୍ମିତା ପାଇଁ ୨୦୦ କୋଟି ଟଙ୍କାର କର୍ପସ ଫଣ୍ଡ ଗଠନ କରିଛନ୍ତି ସରକାର ବୋଲି ବିବୃତି ରଖିଛନ୍ତି ଅର୍ଥମନ୍ତ୍ରୀ।

ଓଡ଼ିଶାରେ ସୃଷ୍ଟି ହେବେ ୨୫ ଲକ୍ଷ ‘ଲକ୍ଷପତି ଦିଦି’। ଏହି ଯୋଜନା କାର୍ଯ୍ୟକାରୀ ପାଇଁ ବଜେଟରେ ବ୍ୟୟ ବରାଦ ହୋଇଛି ୧ ହଜାର ୧୬୨ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଅନାଥ ଶିଶୁମାନଙ୍କୁ ଆର୍ଥିକ ସହାୟତା ଦେବା ପାଇଁ ଯଶୋଦା ଯୋଜନା ଘୋଷଣା କରିଛନ୍ତି ସରକାର। ଏଥିପାଇଁ ବଜେଟରେ ବ୍ୟୟ ବରାଦ ହୋଇଛି ୮୩ କୋଟି ରଖାଯାଇଛି।

Leave A Reply

Your email address will not be published.