Odisha Link
Bridging the Missing Links in Odisha

ଟିମ୍‌ ଇଣ୍ଡିଆରେ ସ୍ଥାନ ପାଇବାକୁ କରୁଛନ୍ତି ସଂଘର୍ଷ, ବିଦେଶ ମାଟିରେ ଗର୍ଜିଲା ରାହାଣେଙ୍କ ବ୍ୟାଟ

ଓଏଲ୍‌ ବ୍ୟୁରୋ: ଟିମ୍‌ ଇଣ୍ଡିଆକୁ ପ୍ରତ୍ୟାବର୍ତ୍ତନ କରିବାକୁ ଜୋରଦାର ପ୍ରସ୍ତୁତି କରୁଛନ୍ତି ଆଜିଙ୍କ୍ୟ ରାହାଣେ। ଭାରତୀୟ ଦଳରେ ସ୍ଥାନ ପକ୍କା କରିବାକୁ ସଂଘର୍ଷ କରୁଥିବା ରାହାଣେ ଏବେ ନୂଆ ଟିମ୍‌ ପାଇଁ ଡେବ୍ୟୁ କରି ଦମଦାର ଇନିଂସ୍‌ ଖେଳିଛନ୍ତି। ପ୍ରଥମ ମ୍ୟାଚରେ ହିଁ ୭୧ ରନର ଇନିଂସ୍‌ ଖେଳି ଚର୍ଚ୍ଚାର ପରିସରକୁ ଆସିଛନ୍ତି ରାହାଣେ।

ଆଜିଙ୍କ୍ୟ ରାହାଣେ ବର୍ତ୍ତମାନ ଇଂଲଣ୍ଡର ଘରୋଇ ଦିନିକିଆ କପ୍‌ରେ ଲେସେଷ୍ଟରଶାୟର ଫୋକ୍ସେସ ଦଳ ପକ୍ଷରୁ ଖେଳୁଛନ୍ତି। ଟିମ୍‌ ଇଣ୍ଡିଆରେ ସ୍ଥାନ ପକ୍କା କରିବାକୁ ସଂଘର୍ଷ କରୁଥିବା ରାହାଣେ କିନ୍ତୁ ବିଦେଶ ମାଟିରେ କମାଲ କରିଛନ୍ତି। ପ୍ରଥମ ଥର ପାଇଁ ଇଂଲଣ୍ଡର ଘରୋଇ ଦିନିକିଆ କପରେ ପଦାର୍ପଣ କରି ୭୧ ରନ୍‌ର ଆକର୍ଷଣୀୟ ଇନିଂସ୍‌ ଖେଳିଛନ୍ତି ରାହାଣେ।

ଶେଷଥର ପାଇଁ ଆଜିଙ୍କ୍ୟା ରାହାଣେ ଭାରତ ପାଇଁ ୨୦୧୮ ମସିହାରେ ଦିନିକିଆ ମ୍ୟାଚ୍‌ ଖେଳିଥିଲେ। ଟିମ୍‌ ଇଣ୍ଡିଆରେ ସ୍ଥାନ ପାଇବାକୁ ସଂଘର୍ଷ କରୁଥିବା ରାହାଣେ ଇଂଲଣ୍ଡର ଘରୋଇ କ୍ରିକେଟରେ ପଦାର୍ପଣ କରିବା ସହିତ ତାଙ୍କ ଦଳ ଲେସେଷ୍ଟରଶାୟର ପାଇଁ ଦମଦାର ପ୍ରଦର୍ଶନ କରିଛନ୍ତି। ଡାହାଣହାତୀ ବ୍ୟାଟସମ୍ୟାନ୍‌ ରାହାଣେ ୬୦ଟି ବଲ୍‌ର ସାମ୍ନା କରି ୯ଟି ଆକର୍ଷଣୀୟ ଚୌକା ମାରି ୭୧ ରନ୍‌ କରିଥିଲେ। ତାଙ୍କ ଷ୍ଟ୍ରାଇକ୍‌ ରେଟ୍‌ ୧୧୮.୩୩ ଥିଲା।

ଆଜିଙ୍କ୍ୟ ରାହାଣେ ଯେତେବେଳେ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲେ ସେତେବେଳେ ଲେସେଷ୍ଟରଶାୟର ଦଳ ୨୬.୫ରେ ୧୭୪ ରନ୍‌ ସ୍କୋର କରିଥିଲା। ଏହାପରେ ରାହାଣେ ଲୁଇସ୍‌ ହିଲଙ୍କ ସହିତ ୮୨ ରନ୍‌ର ପାର୍ଟନରସିପ୍‌ ଇନିଂସ୍‌ ଖେଳିଥିଲେ। ଏହାପରେ ଅଧିନାୟକ ହେଣ୍ଡସ୍‌କମ୍ପଙ୍କ ସହିତ ମିଶି ୪୮ ରନର ପାର୍ଟନରସିପ୍‌ ଇନିଂସ୍‌ ଖେଳିଥିଲେ। ରାହାଣେ ଆଉଟ୍‌ ହେବା ବେଳକୁ ଦଳର ସ୍କୋର ୩୫୦ ରନ୍‌ ଅତିକ୍ରମ କରିଥିଲା।

ସୂଚନାଥାଉକି, ବର୍ଷା ବାଦାପ୍ରାପ୍ତ ମ୍ୟାଚରେ ଲେସେଷ୍ଟରଶାୟର ନର୍ଟିଘଂମଶାୟରକୁ ୧୫ ରନ୍‌ରେ ପରାସ୍ତ କରିଥିଲା। ଟୁ୍ର୍ଣ୍ଣାମେଣ୍ଟରେ ଏହା ରାହାଣେଙ୍କ ଦଳର ପ୍ରଥମ ବିଜୟ।

Leave A Reply

Your email address will not be published.