Odisha Link
Bridging the Missing Links in Odisha

ଗୃହରେ ଜଳ ସମ୍ପଦ ବିଭାଗର ପ୍ରଶ୍ନ ପରେ ବଢ଼ିଲା ଚର୍ଚ୍ଚା, ବିଜେପିକୁ ଟାର୍ଗେଟ କଲା ବିଜେଡି

ଓଏଲ୍ ବ୍ୟୁରୋ: ଆଜି ବିଧାନସଭା ଅଧିବେଶନର ଚତୁର୍ଥ ଦିନ। ୩ ଦିନ ପରେ ପ୍ରଶ୍ନକାଳ ସ୍ୱାଭାବିକ ଭାବେ ଆରମ୍ଭ ହୋଇଥିବାବେଳେ ପୁଣି ହଂଗାମା ଦେଖିବାକୁ ମିଳିଛି। କଂଗ୍ରେସ ବିଧାୟକ ତାରା ବାହିନୀ ପତି ବାଚସ୍ପତିଙ୍କ ମାଇକ ଟାଣି ଆଣିଥିଲେ। ଗୃହର ମଧ୍ୟ ଭାଗକୁ ଆସି କଂଗ୍ରେସ ସଦସ୍ୟ ନାରାବାଜି କରିଥିଲେ। ପୋଲାଭରମ୍‌ ପ୍ରସଙ୍ଗରେ ଗୃହ ପ୍ରବଳ ହଟ୍ଟଗୋଳ କାରଣରୁ ଅପରାହ୍ନ ୪ଟା ଯାଏଁ ଗୃହ କାର୍ଯ୍ୟ ସ୍ଥଗିତ ରଖିଛନ୍ତି ବାଚସ୍ପତି। ଏସବୁ ଭିତରେ ଶଙ୍ଖ ଭବନରେ ବିଜେଡିର ସାମ୍ବାଦିକ ସମ୍ମିଳନୀ କରି ବିଜେପିକୁ ଟାର୍ଗେଟ କରିଛି ବିଜୁ ଜନତା ଦଳ।

ଜଳ ସମ୍ପଦ ବିଭାଗର ଏକ ପ୍ରଶ୍ନରେ ବିଭ୍ରାନ୍ତିକର ଉତ୍ତର ଦେଇଥିବା ବିଜେଡି ପକ୍ଷରୁ ରାଜନଗର ବିଧାୟକ ଧୃବ ସାହୁ ପ୍ରେସମିଟରେ କହିଛନ୍ତି। ୩୫ ପ୍ରତିଶତ ଜମିକୁ ଜଳସେଚନ ପାଇଁ ପୂର୍ବ ସରକାର ପ୍ରତିଶୃତି ଦେଇଥିଲେ। ଗୃହରେ ପୁଣି ଏକ ପ୍ରଶ୍ନରେ ଅନ୍ୟ ଏକ ଉତ୍ତର ଦେଇଛନ୍ତି ସରକାର। ଖୋଦ ମୁଖ୍ୟମନ୍ତ୍ରୀ ଗୃହରେ ଭିନ୍ନ ଉତ୍ତର ରଖିଛନ୍ତି। ସଂସଦୀୟ ବ୍ୟାପାର ବିଭାଗ ମନ୍ତ୍ରୀ ଗୋଟିଏ ଉତ୍ତର ରଖିଥିବାବେଳେ ମୁଖ୍ୟମନ୍ତ୍ରୀ ଭିନ୍ନ ଏକ ଉତ୍ତର ରଖିଛନ୍ତି। ତେବେ ସେମାନଙ୍କ ମଧ୍ୟରୁ କିଏ ସତ କହୁଛି ତାହା ଜଣାପଡ଼ୁନଥିବା ବିଜେଡି ଅଭିଯୋଗ କରିଛି।

Leave A Reply

Your email address will not be published.