Odisha Link
Bridging the Missing Links in Odisha

ସାମ୍ବାଦିକା ମୃତ୍ୟୁ ମାମଲା: ମଧୁମିତାଙ୍କ ସ୍ବାମୀ ଗିରଫ

ଓଏଲ୍ ବ୍ୟୁରୋ: ରାଜଧାନୀରେ ମହିଳା ସାମ୍ବାଦିକାଙ୍କ ମତ୍ୟୁକୁ ନେଇ ସସପେନ୍ସ ବଢୁଥିବାବେଳେ ସ୍ବାମୀ ଶ୍ରୀଧର ଜେନାଙ୍କୁ ପୁଲିସ ଗିରଫ କରିଛି। ମହିଳା ସାମ୍ବାଦିକା ଜଣକ ହେଉଛନ୍ତି ମଧୁମିତା ପରିଡା। ସାମ୍ବାଦିକା ଜଣକ ପାରିବାରିକ କଳହରୁ ଆତ୍ମହତ୍ୟା କରିଥିବା କୁହାଯାଉଥିବାବେଳେ ମୃତ୍ୟୁ ପୂର୍ବର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭୁବନେଶ୍ୱର ବାପୁଜୀନଗରରୁ ମଧୁମିତାଙ୍କ ଖଣ୍ଡବିଖଣ୍ଡିତ ମୃତଦେହକୁ ପୁଲିସ ଉଦ୍ଧାର କରିଛି। ସ୍ୱାମୀ ଓ ଦିଅର ମାରିଦେଇଥିବା ଅଭିଯୋଗ କରିଥିଲେ ପରିବାର ଲୋକେ। ବାପଘର ଲୋକଙ୍କ ଅଭିଯୋଗ ପରେ ସ୍ବାମୀ ଶ୍ରୀଧର ଜେନାଙ୍କୁ ଧଉଳି ଥାନା ପୁଲିସ ଗିରଫ କରିଛି।

ସୂଚନା ଅନୁସାରେ, ମହିଳା ସାମ୍ବାଦିକା ମଧୁମିତାଙ୍କ ଭାଇରାଲ ଭିଡିଓରେ ସେ ନିଜ ସ୍ୱାମୀଙ୍କ ବିଷୟରେ ସ୍ପଷ୍ଟ କହିଛନ୍ତି। କିଛି ଦିନ ହେବ ବିବାହ କରିଥିଲେ। ୫ ବର୍ଷ ସମ୍ପର୍କରେ ରହିବା ପରେ ଏହି ବିବାହ ହୋଇଥିଲା। ଆତ୍ମହତ୍ୟା ପୂର୍ବରୁ ମଧୁମିତା ଭିଡିଓ କରି ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଭିଡିଓରେ ସେ ସମସ୍ତଙ୍କୁ କ୍ଷମା ମାଗିଛନ୍ତି। ବିବାହ ପରେ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ କଳହ ଲାଗିଥିବା ସେ ଭିଡିଓରେ କହିଛନ୍ତି। ଘଟଣାସ୍ଥଳରେ ମଧୁମିତାଙ୍କ ପରିବାର ଓ ମଧୁମିତାଙ୍କ ସ୍ୱାମୀ ପହଞ୍ଚିଥିଲେ।

ମଧୁ଼ୁମିତାଙ୍କ ପରିବାର ଲୋକଙ୍କ କହିବା ଅନୁସାରେ, ମଧୁମିତାଙ୍କ ସ୍ୱାମୀ ପୂର୍ବରୁ ବ୍ରହ୍ମପୁରର ଜଣେ ଝିଅଙ୍କୁ ବିବାହ କରିଥିଲେ। କିନ୍ତୁ ପରେ ଦୁହିଁଙ୍କର ଛାଡପତ୍ର ହୋଇଯାଇଥିଲା। ବିବାହ ଯାଏଁ ଏ ବାବଦରେ ମଧୁମିତା ଜାଣିନଥିବାବେଳେ ବିବାହ ପରେ ଛାଡପତ୍ର ବିଷୟରେ ଜାଣିବାକୁ ପାଇଥିଲେ। ମଧୁମିତାଙ୍କ ପରିବାର ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି। ତେବେ ମହିଳା ସାମ୍ବାଦିକା ମଧୁମିତା ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା ତାହାକୁ ନେଇ ସସପେନ୍ସ ବଢ଼ିବାରେ ଲାଗିଛି।

Leave A Reply

Your email address will not be published.