Odisha Link
Bridging the Missing Links in Odisha

ଡବଲ ଇଞ୍ଜିନ ସରକାର ଡବଲ ନିରାଶ କରିଛି: ନବୀନ ପଟ୍ଟନାୟକ

ଓଏଲ୍‌ ବ୍ୟୁରୋ: ଆଜି ବିଧାନସଭାରେ ୨୦୨୪-୨୫ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନା କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ରାଜ୍ୟ ସରକାରଙ୍କ ଅର୍ଥମନ୍ତ୍ରୀ ଭାବେ ମୋହନ ମାଝୀ ଖୋଦ ବଜେଟ ଉପସ୍ଥାପନା କରିଥିଲେ। ୨୦୨୪-୨୦୨୫ ଆର୍ଥିକ ବର୍ଷ ପାଇଁ ମୋହନ ସରକାର ୨.୬୫ ଲକ୍ଷ କୋଟିର ବଜେଟ ବିଧାନସଭାରେ ଆଗତ କରିଛନ୍ତି। ୨ ଘଣ୍ଟା ୧୦ ମିନିଟ୍‌ ପର୍ଯ୍ୟନ୍ତ ବିଧାନସଭାରେ ବଜେଟ୍‌ ଉପସ୍ଥାପନ କରିଥିଲେ ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ।

ବଜେଟ୍‌ ଉପସ୍ଥାପନା ପରେ ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ସେ କହିଛନ୍ତି, ଡବଲ ଇଞ୍ଜିନ ସରକାର ଡବଲ ନିରାଶ କରିଛି। ସେମାନେ ମୋ ସରକାରର ୪୦ରୁ ଅଧିକ ଯୋଜନାର ନାଆଁ ବଦଳାଇଛନ୍ତି।

Leave A Reply

Your email address will not be published.