Odisha Link
Bridging the Missing Links in Odisha

ପୂର୍ଣ୍ଣାଙ୍ଗ ବଜେଟ୍ ୨୦୨୪: ଉପସ୍ଥାପନା କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଓଏଲ୍ ବ୍ୟୁରୋ: ଆଜି ବିଧାନସଭା ଅଧିବେଶନର ଚତୁର୍ଥ ଦିନ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟ ବଜେଟ ଉପସ୍ଥାପନା କରୁଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅର୍ଥ ବିଭାଗ ଦାୟିତ୍ୱରେ ଥିବାରୁ ସେ ବଜେଟ ଉପସ୍ଥାପନା କରୁଛନ୍ତି। ଚଳିତ ୨୦୨୪-୨୦୨୫ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ ଉପରେ ସାରା ରାଜ୍ୟ ବାସୀଙ୍କ ନଜର ରହିଛି। ମୋହନ ସରକାରଙ୍କ ପ୍ରଥମ ବଜେଟ ହୋଇଥିବାରୁ କିଛି ବଡ ଘୋଷଣା ହେବା ନେଇ ଆଶା ରହିଛି।

ସୂଚନା ଅନୁସାରେ, ଗତ ଫେବୃଆରୀ ମାସରେ ପୂର୍ବ ସରକାର ଆଣିଥିଲେ କାମଚଳା ବଜେଟ। ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ସେ ସମୟରେ ମୋଟ ୨ ଲକ୍ଷ ୫୫ ହଜାର କୋଟି ଟଙ୍କାର ବ୍ୟୟ ବରାଦ କରାଯାଇ ଆର୍ଥିକ ବର୍ଷର ପ୍ରଥମ ତିନି ମାସ ପାଇଁ ୧ ଲକ୍ଷ ୧୮ ହଜାର କୋଟି ଟଙ୍କା ପାଇଁ ବ୍ୟୟ ମଂଜୁରୀ ଅଣାଯାଇଥିଲା। ଏବେ ମୋହନ ସରକାର ପୂର୍ଣ୍ଣାଙ୍ଗ ବଜେଟ ଆଣିଛନ୍ତି। ଏହା ମୋହନ ସରକାରର ପ୍ରଥମ ବଜେଟ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପିତ କରୁଛନ୍ତି।

Leave A Reply

Your email address will not be published.