Odisha Link
Bridging the Missing Links in Odisha

ମୋହନ ସରକାରଙ୍କ ପ୍ରଥମ ବଜେଟ୍‌: କେଉଁ ବିଭାଗକୁ କେତେ ଟଙ୍କା ମିଳିଲା ଜାଣନ୍ତୁ

ଓଏଲ୍‌ ବ୍ୟୁରୋ: ଆଜି ବିଧାନସଭାରେ ୨୦୨୪-୨୫ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନା କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ରାଜ୍ୟ ସରକାରଙ୍କ ଅର୍ଥମନ୍ତ୍ରୀ ଭାବେ ମୋହନ ମାଝୀ ଖୋଦ ବଜେଟ ଉପସ୍ଥାପନା କରିଥିଲେ। ୨୦୨୪-୨୦୨୫ ଆର୍ଥିକ ବର୍ଷ ପାଇଁ ମୋହନ ସରକାର ୨.୬୫ ଲକ୍ଷ କୋଟିର ବଜେଟ ବିଧାନସଭାରେ ଆଗତ କରିଛନ୍ତି। ୨ ଘଣ୍ଟା ୧୦ ମିନିଟ୍‌ ପର୍ଯ୍ୟନ୍ତ ବିଧାନସଭାରେ ବଜେଟ୍‌ ଉପସ୍ଥାପନ କରିଥିଲେ ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ।

କେଉଁ ବିଭାଗକୁ କେତେ ଟଙ୍କା ମିଳିଲା ଜାଣନ୍ତୁ:
ଉଚ୍ଚ ଶିକ୍ଷା ବିଭାଗ: ୩,୪୭୭ କୋଟି ୩ ଲକ୍ଷ
ସ୍ବାସ୍ଥ୍ୟ ବିଭାଗ: ୨୧ ହଜାର ୨୦୦ କୋଟି
ଦକ୍ଷତା ବିକାଶ ବିଭାଗ: ୧,୫୮୨ କୋଟି ୭୬ ଲକ୍ଷ
ମହିଳା ଓ ଶିଶୁ ବିକାଶ ବିଭାଗ: ୧୫,୧୮୦ କୋଟି ୯୧ ଲକ୍ଷ
ଏସ୍‌ଏମ୍‌ଏମ୍‌ଇ ବିଭାଗ: ୭,୪୭ କୋଟି ୪୮ ଲକ୍ଷ
ଇସ୍ତାତ ଓ ଖଣି ବିଭାଗ: ୪,୫୬ କୋଟି ୩୮ କୋଟି
ଶକ୍ତି ବିଭାଗ: ୩,୩୫୫ କୋଟି ୨୮ ଲକ୍ଷ
ଅବକାରୀ ବିଭାଗ: ୨,୪୦ କୋଟି ୯୧ ଲକ୍ଷ
ଗ୍ରାମ୍ୟ ଉନ୍ନୟନ ବିଭାଗ: ୯,୪୫୬ କୋଟି ୩ ଲକ୍ଷ
ବିପର୍ଯ୍ୟୟ ପରିଚାଳନା: ୪,୦୨୨ କୋଟି ୫୧ ଲକ୍ଷ
ମିଶନ ଶକ୍ତି: ୨,୭୬୧ କୋଟି ୫୨ ଲକ୍ଷ
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ: ୪,୧୯ କୋଟି ୮୨ ଲକ୍ଷ
ପର୍ଯ୍ୟଟନ ବିଭାଗ: ୮,୧୭ କୋଟି ୯୫ ଲକ୍ଷ
ହସ୍ତତନ୍ତ ବିଭାଗ: ୨,୬୨ କୋଟି ୨୫ ଲକ୍ଷ

Leave A Reply

Your email address will not be published.