ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪: ଆଜିଠୁ ଭାରତର ଅଭିଯାନ ଆରମ୍ଭ

ଓଏଲ୍ ବ୍ୟୁରୋ: ଆସନ୍ତାକାଲି ବିଧିବଦ୍ଧ ଭାବେ ଆରମ୍ଭ ହେବ ପ୍ୟାରିସ୍ ଅଲିମ୍ପିକ୍ସ। ଆଜି ଆର୍ଚେରୀ ଟିମ୍ ଇଭେଣ୍ଟରୁ ଅଭିଯାନ ଆରମ୍ଭ କରିବ ଭାରତ। ଭାରତୀୟ ସମୟ ୧ଟା ଓ ୫ଟା ୪୫ରେ ପ୍ରତିଯୋଗିତା ଆରମ୍ଭ ହେବ। ଉଦଘାଟନର ଦିନକ ପୂର୍ବରୁ ଆରମ୍ଭ ହେଉଛି ଆର୍ଚେରୀ ପ୍ରତିଯୋଗିତା। ଚଳିତ ଅଲିମ୍ପିକ୍ସରେ ଭାରତର ୧୧୭ ଜଣ ଖେଳାଳି ଫ୍ରାନ୍ସ ଗସ୍ତ କରିଛନ୍ତି। ସେହିପରି ୨୬ ତାରିଖ ଦିନ ଭାରତୀୟ ସମୟ ରାତି ୧୧.୩୦ରେ ପ୍ୟାରିସ୍ ଅଲିମ୍ପିକ୍ସର ଉଦଘାଟନୀ ସମାରୋହ ଅନୁଷ୍ଠିତ ହେବ। ଗତଥର ଭାରତ ୭ଟି ପଦକ ଜିତିଥିଲା। ଏଥର ଏହି ସଂଖ୍ୟା ବୃଦ୍ଧି ପାଇବ ବୋଲି ସମସ୍ତେ ଆଶା ରଖିଛନ୍ତି। ବିଶ୍ୱର ବିଭିନ୍ନ ଷ୍ଟେଜରେ ଭାରତୀୟ ତୀରନ୍ଦାଜମାନେ ଭଲ ପ୍ରଦର୍ଶନ କରିଛନ୍ତି। କିନ୍ତୁ ଏଯାଏ ଦେଶକୁ ଏହି ଖେଳରେ ଅଲିମ୍ପିକ୍ସ ପଦକ ମିଳିନାହିଁ।
ଅଲିମ୍ପିକ୍ସରେ ଭାରତର ପ୍ରଥମ ଦିନର ସେଡ୍ୟୁଲ:
ଜୁଲାଇ ୨୫: ଭାରତୀୟ ସମୟ ଅନୁସାରେ ସୂଚୀ
ତୀରନ୍ଦାଜୀ- ମହିଳା ଇଣ୍ଡିଭିଜୁଆଲ ରାଙ୍କିଙ୍ଗ ରାଉଣ୍ଡ(ଦୀପିକା କୁମାରୀ, ଅଙ୍କିତା ଭାକତ ଓ ଭଜନ କୌର)- ସମୟ ଦିନ ୧ଟା
ତୀରନ୍ଦାଜୀ- ପୁରୁଷ ବ୍ୟକ୍ତିଗତ ରାଙ୍କିଙ୍ଗ ରାଉଣ୍ଡ(ବି ଧୀରଜ, ତରୁଣଦୀପ ରାୟ ଓ ପ୍ରବୀଣ ଯାବଦ) – ସମୟ ସନ୍ଧ୍ୟା ୫.୪୫