Odisha Link
Bridging the Missing Links in Odisha

ପ୍ୟାରିସ୍‌ ଅଲିମ୍ପିକ୍ସ: ତୀରନ୍ଦାଜୀରେ ମହିଳାଙ୍କ ଦମଦାର ପ୍ରଦର୍ଶନ, କ୍ବାର୍ଟରରେ ଭାରତ

ଓଏଲ୍‌ ବ୍ୟୁରୋ: ଆସନ୍ତାକାଲି ପ୍ୟାରିସ୍‌ ଅଲିମ୍ପିକ୍ସର ଉଦଘାଟନୀ ସମାରୋହ ଅନୁଷ୍ଠିତ ହେବ। ଏହା ପୂର୍ବରୁ ବିଧିବଦ୍ଧ ଭାବେ ବାଜି ସାରିଲାଣି କ୍ରୀଡ଼ା ମହାକୁମ୍ଭର ବିଗୁଲ। ଆଜି ଭାରତର ମହିଳା ତୀରନ୍ଦାଜୀ ଦଳ ଦମଦାର ପ୍ରଦର୍ଶନ କରିଛନ୍ତି। ଭାରତର ଦୀପିକା କୁମାରୀ, ଅଙ୍କିତା ଭଗତ ଓ ଭଜନ କୌର ତିନି ଜଣ ମିଶି ଭାରତକୁ ୧୯୮୩ ପଏଣ୍ଟ ଦେଇଛନ୍ତି।

ର଼୍ୟାଙ୍କିଙ୍ଗ ରାଉଣ୍ଡରେ ଭାରତୀୟ ମହିଳା ଦଳ ଭଲ ପ୍ରଦର୍ଶନ କରିଛି। ଦୀପିକା କୁମାରୀ, ଅଙ୍କିତା ଭକ୍ତ, ଭଜନ କୌର ସଠିକ୍ ଟାର୍ଗେଟରେ ହିଟ୍ କରିଥିଲେ। ଅଙ୍କିତାଙ୍କ ବ୍ୟକ୍ତିଗତ ସ୍କୋର ୬୬୬, ଭଜନ କୌରଙ୍କ ବ୍ୟକ୍ତିଗତ ସ୍କୋର ୬୫୯ ଓ ଦୀପିକା କୁମାରୀଙ୍କ ବ୍ୟକ୍ତିଗତ ସ୍କୋର ୬୫୮ ଥିଲା। ଏହିପରି ଭାବରେ ଭାରତର ମୋଟ ସ୍କୋର ୧୯୮୩ ହୋଇଛି ଏବଂ ଭାରତୀୟ ମହିଳା ଦଳ ଚତୁର୍ଥ ସ୍ଥାନରେ ରହିଛନ୍ତି। କ୍ୱାର୍ଟର ଫାଇନାଲରେ ଭାରତୀୟ ମହିଳା ଦଳ ଜୁଲାଇ ୨୮ ରେ ଫ୍ରାନ୍ସ କିମ୍ବା ନେଦରଲ୍ୟାଣ୍ଡ ସହିତ ମୁହାଁମୁହିଁ ହୋଇପାରେ।

ସେହିପରି ତୀରନ୍ଦାଜୀରେ ଦକ୍ଷିଣ କୋରିଆ ମହିଳା ଦଳ ୨୦୨୪୬, ଚୀନ୍ ୧୯୯୬ ଓ ମେକ୍ସିକୋ ଦଳ ୧୯୮୬ ସ୍କୋର କରିଥିଲେ ​​ଏବଂ ଏହି ତିନୋଟି ଦଳ ଭାରତଠାରୁ ଆଗରେ ଥିଲେ। ଏହି ତିନୋଟି ଦଳ ମଧ୍ୟ କ୍ୱାର୍ଟର ଫାଇନାଲ ପାଇଁ ସ୍ଥାନ ପାଇଛନ୍ତି। ଦକ୍ଷିଣ କୋରିଆର ଦଳ ତୀରନ୍ଦାଜିରେ ଆଗରେ ରହି ର଼୍ୟାଙ୍କିଙ୍ଗ ରାଉଣ୍ଡରେ ପ୍ରଥମ ସ୍ଥାନ ଅଧିକାର କରିଥିଲା।

Leave A Reply

Your email address will not be published.