Odisha Link
Bridging the Missing Links in Odisha

ରାଜ୍ୟସଭାରେ ଜୋର ଧରିଲା ଚାଷୀଙ୍କ ଦାବି, ସ୍ୱର ଉଠାଇଲେ ସାଂସଦ ମାନସ ମଙ୍ଗରାଜ

ଓଏଲ୍ ବ୍ୟୁରୋ: ସଂସଦରେ ୨୦୨୪ କେନ୍ଦ୍ରୀୟ ବଜେଟ ଉପସ୍ଥାପନା ଶେଷ ହୋଇଛି। ଏହା ପରେ ଅଧିବେଶନ ଜାରି ରହିଛି। ବିଭିନ୍ନ ପ୍ରସଙ୍ଗରେ ପ୍ରଶ୍ନ ସହ ଦାବି ଜାରି ରହିଥିବାବେଳେ ଚାଷୀଙ୍କୁ ଫସଲବୀମା କ୍ଷତିପୂରଣ ତୁରନ୍ତ ପ୍ରଦାନ ପାଇଁ କେନ୍ଦ୍ର ସରକାର ପଦକ୍ଷେପ ନିଅନ୍ତୁ ବୋଲି ରାଜ୍ୟସଭାରେ ସାଂସଦ ମାନସ ମଙ୍ଗରାଜ ଦାବି କରିଛନ୍ତି। ରାଜ୍ୟସଭାର ଶୂନ୍ୟକାଳରେ ବିଜେଡି ସାଂସଦ ମାନସ ମଙ୍ଗରାଜ ଏଭଳି ଦାବି ଉପସ୍ଥାପନ କରିଛନ୍ତି।

ଚାଷୀମାନଙ୍କ ପାଇଁ କେନ୍ଦ୍ର ସରକାରଙ୍କ ଉଦାସୀନତା ଏବଂ ବୀମା କମ୍ପାନୀଙ୍କ ଏକଚାଟିଆ ଲାଭଖୋର ମନୋଭାବ ଯୋଗୁଁ ଚାଷୀମାନେ ନାହିଁନଥିବା ହନ୍ତସନ୍ତ ହେଉଛନ୍ତି ବୋଲି ବିଜେଡି ସାଂସଦ ମାନସ ମଙ୍ଗରାଜ କହିଛନ୍ତି। କୃଷକମାନଙ୍କ ଭରସାକୁ କେନ୍ଦ୍ର ସରକାର ଧୋକା ଦେଇଛନ୍ତି ବୋଲି ମଧ୍ୟ କହିଛନ୍ତି। ତେଣୁ ଶୀଘ୍ର ବୀମା ରାଶି ଦେବା ନେଇ ନିର୍ଣ୍ଣାୟକ ନିଷ୍ପତ୍ତି ନେବାକୁ ମାନସ ଦାବି ଦୋହରାଇଛନ୍ତି।

Leave A Reply

Your email address will not be published.