Odisha Link
Bridging the Missing Links in Odisha

ଆଗତ ହେଲା ରାଜ୍ୟ ବଜେଟ୍, ଜାଣନ୍ତୁ କେଉଁ ବିଭାଗକୁ ମିଳିଲା କେତେ ପ୍ରାଧାନ୍ୟ

ଓଏଲ୍‌ ବ୍ୟୁରୋ: ଗତକାଲି ବିଧାନସଭାରେ ୨୦୨୪-୨୫ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଅର୍ଥବିଭାଗ ନିଜ ପାଖରେ ରଖିଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଧାନସଭାରେ ବଜେଟ ଉପସ୍ଥାପନ କରିଛନ୍ତି। ୨୦୨୪-୨୦୨୫ ଆର୍ଥିକ ବର୍ଷ ପାଇଁ ୧୩୦ ମିନିଟରେ ମୋହନ ସରକାର ୨.୬୫ ଲକ୍ଷ କୋଟିର ବଜେଟ ବିଧାନସଭାରେ ଆଗତ କରିଛନ୍ତି। ବିଭିନ୍ନ ବିଭାଗକୁ ଗୁରୁତ୍ୱ ଦେବା ସହ କୃଷି, ଯୁବକ, ମହିଳାଙ୍କୁ ବିଶେଷ ଗୁରୁତ୍ୱ ମିଳିଛି।

ଜାଣନ୍ତୁ କେଉଁ ବିଭାଗକୁ ମିଳିଲା କେତେ ପ୍ରାଧାନ୍ୟ..

ଉଚ୍ଚ ଶିକ୍ଷା ବିଭାଗ: ୩,୪୭୭ କୋଟି ୩ ଲକ୍ଷ
ସ୍ବାସ୍ଥ୍ୟ ବିଭାଗ: ୨୧ ହଜାର ୨୦୦ କୋଟି
ଦକ୍ଷତା ବିକାଶ ବିଭାଗ: ୧,୫୮୨ କୋଟି ୭୬ ଲକ୍ଷ
ମହିଳା ଓ ଶିଶୁ ବିକାଶ ବିଭାଗ: ୧୫,୧୮୦ କୋଟି ୯୧ ଲକ୍ଷ
ଏସ୍‌ଏମ୍‌ଏମ୍‌ଇ ବିଭାଗ: ୭,୪୭ କୋଟି ୪୮ ଲକ୍ଷ
ଇସ୍ପାତ ଓ ଖଣି ବିଭାଗ: ୪,୫୬ କୋଟି ୩୮ କୋଟି
ଶକ୍ତି ବିଭାଗ: ୩,୩୫୫ କୋଟି ୨୮ ଲକ୍ଷ
ଅବକାରୀ ବିଭାଗ: ୨,୪୦ କୋଟି ୯୧ ଲକ୍ଷ
ଗ୍ରାମ୍ୟ ଉନ୍ନୟନ ବିଭାଗ: ୯,୪୫୬ କୋଟି ୩ ଲକ୍ଷ
ବିପର୍ଯ୍ୟୟ ପରିଚାଳନା: ୪,୦୨୨ କୋଟି ୫୧ ଲକ୍ଷ
ମିଶନ ଶକ୍ତି: ୨,୭୬୧ କୋଟି ୫୨ ଲକ୍ଷ
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ: ୪,୧୯ କୋଟି ୮୨ ଲକ୍ଷ
ପର୍ଯ୍ୟଟନ ବିଭାଗ: ୮,୧୭ କୋଟି ୯୫ ଲକ୍ଷ
ହସ୍ତତନ୍ତ ବିଭାଗ: ୨,୬୨ କୋଟି ୨୫ ଲକ୍ଷ

ପୂର୍ଣ୍ଣାଙ୍ଗ ବଜେଟରେ ସରକାରଙ୍କ ୧୦ଟି ବଡ଼ ଘୋଷଣା କରିଛନ୍ତି

୧. ଚଳିତ ବର୍ଷ କୃଷି ବଜେଟ ପରିମାଣ ୩୩, ୯୧୯ କୋଟି ବ୍ୟୟବରାଦ

୨. ସୁଭଦ୍ରା ପାଇଁ ୧୦ ହଜାର କୋଟିର ବ୍ୟୟବରାଦ

୩. ସମୃଦ୍ଧ କୃଷକ ଯୋଜନା ପାଇଁ ୫ ହଜାର କୋଟି ବ୍ୟୟବରାଦ

୩. କ୍ରୀଡ଼ା ପାଇଁ ୯୫୨ କୋଟି ବ୍ୟୟବରାଦ

୪. ରେଳକ୍ଷେତ୍ରକୁ ସୁଦୃଢ଼ କରିବା ପାଇଁ ବଜେଟରେ ୬୦୦ କୋଟି ବ୍ୟୟବରାଦ

୫. ଶ୍ରୀଅନ୍ନ ଅଭିଯାନ ପାଇଁ ୬୪୯ କୋଟି ବ୍ୟୟବରାଦ

୬. ସିଏମ୍‌ କିଷାନ ଯୋଜନା ପାଇଁ ୧୯୩୫ କୋଟି ବ୍ୟୟବରାଦ

୮. ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ପାଇଁ ୩୧୯୦ ବ୍ୟୟବରାଦ

୯. ମହିଳା ଓ ଶିଶୁ ବିକାଶ ପାଇଁ ୧୭,୯୪୨ କୋଟି ଟଙ୍କା ବ୍ୟୟବରାଦ

୧୦. ଓଡ଼ିଆ ଅସ୍ମିତା ପାଇଁ ୨୦୦ କୋଟି ଟଙ୍କା ବ୍ୟୟବରାଦ

Leave A Reply

Your email address will not be published.