Odisha Link
Bridging the Missing Links in Odisha

ଜମ୍ମୁ କଶ୍ମୀର ସୀମାରେ ହାଇ ଆର୍ଲଟ ଜାରି, ସମସ୍ତ ଆର୍ମି ସ୍କୁଲ ଛୁଟି

ଓଏଲ୍‌ ବ୍ୟୁରୋ: ଆଗକୁ ଦେଶ ପାଳନ କରିବ ୭୮ ତମ ସ୍ବାଧୀନତା ଦିବସ। ଏଥିପାଇଁ ପ୍ରସ୍ତୁତି ଜୋରଦାର ଚାଲିଥିବା ବେଳେ କିଛି ଦିନ ହେବ ସୀମାରେ ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ନଜରରେ ରଖି ଜମ୍ମୁ କଶ୍ମୀରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବା ସହିତ ସତର୍କତାର ସହିତ ରହିବାକୁ ଜନତାଙ୍କୁ ପରାମର୍ଶ ଦିଆଯାଇଛି।

ଜାତୀୟ ଗଣମାଧ୍ୟମରେ ପ୍ରସାରିତ ଖବର ଅନୁସାରେ ପଞ୍ଜାବର ପଠାନକୋଟ ଜିଲ୍ଲାର ଜଣେ ମହିଳା ଉକ୍ତ ଅଞ୍ଚଳରେ ୭ ଜଣ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଦେଖିବା ପରେ ଜମ୍ମୁରେ ହାଇ ଆଲର୍ଟ ଜାରି କରାଯାଇଛି। ପ୍ରାଥମିକ ସତର୍କତା ସ୍ୱରୂପ ଅଞ୍ଚଳର ସମସ୍ତ ଆର୍ମି ସ୍କୁଲକୁ ମଧ୍ୟ ଛୁଟି ଘୋଷଣା କରାଯାଇଛି। ଆସନ୍ତାକାଲି ପର୍ଯ୍ୟନ୍ତ ସମସ୍ତ ଆର୍ମି ସ୍କୁଲ ବନ୍ଦ ରହିବ।

ଅନ୍ୟପଟେ ପଞ୍ଜାବ ପୁଲିସ ଜଣେ ସନ୍ଦିଗ୍ଧର ସ୍କେଚ୍ ଜାରି କରି ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛି। ସ୍ଥାନୀୟ ଲୋକଙ୍କୁ ସଜାଗ ରହିବା ସହ କୌଣସି ସନ୍ଦିଗ୍ଧ ବ୍ୟକ୍ତିଙ୍କ ସୂଚନା ପାଇଲେ ତୁରନ୍ତୁ ପୁଲିସକୁ ରିପୋର୍ଟ କରିବାକୁ କୁହାଯାଇଛି। ସ୍ଥାନୀୟ ଅଞ୍ଚଳନରେ ସର୍ଚ୍ଚ ଅପରେସକୁ ଜୋରଦାର କରାଯିବା ସହ ବ୍ୟାପକ ସୈନ୍ୟ ଏବଂ ଅସ୍ତ୍ରଶସ୍ତ୍ର ପ୍ରସ୍ତୁତ ରଖାଯାଇଛି।

Leave A Reply

Your email address will not be published.