Odisha Link
Bridging the Missing Links in Odisha

ଆଜି କାର୍ଗିଲ ବିଜୟ ଦିବସ: ଜାଣନ୍ତୁ ଯୁଦ୍ଧ ଆରମ୍ଭରୁ ଶେଷ ଯାଏ

ଓଏଲ୍‌ ବ୍ୟୁରୋ: ଆଜି ସାରା ଦେଶ ପାଳନ କରୁଛି କାର୍ଗିଲ ବିଜୟ ଦିବସ। ଭାରତ ପାଇଁ ଏହା ସ୍ମରଣୀୟ ତଥା ଐତିହାସିକ ଦିନ। କାରଣ ୨୫ ବର୍ଷ ତଳେ ପାକିସ୍ତାନକୁ ଧୂଳି ଚଟାଇ ସାରା ବିଶ୍ବରେ ଅସୀମ ଶୌର୍ଯ୍ୟ ଓ ପରାକ୍ରମର ପରିଚୟ ଦେଇଥିଲେ ଭାରତୀୟ ସେନା। ଆଜି ସାରା ଦେଶ କାର୍ଗିଲ ବିଜୟ ଦିବସର ରୌପ୍ୟ ଜୟନ୍ତୀ ପାଳନ କରୁଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲଦାଖସ୍ଥିତ କାରଗିଲ ଯୁଦ୍ଧ ସ୍ମାରକୀ ସ୍ଥଳରେ ପହଞ୍ଚି ଯୁଦ୍ଧରେ ନିଜ ପ୍ରାଣବଳି ଦେଇଥିବା ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

୧୯୯୯ ମସିହା:
ମେ-୩ : ପାକିସ୍ତାନ ସେନା ଭାରତୀୟ ସୀମାରେ ଅନୁପ୍ରବେଶ କରିଥିବା ସମ୍ପର୍କରେ ସ୍ଥାନୀୟ ଅଞ୍ଚଳର ଜଣେ ମେଷ ପାଳକ ଭାରତୀୟ ସେନାକୁ ସୂଚନା ଦେଇଥିଲେ।
ମେ-୫ : ଭାରତୀୟ ସେନା ଉକ୍ତ ଅଞ୍ଚଳକୁ ପାଟ୍ରୋଲିଂରେ ଯାଇଥିଲେ। ୫ ଜଣ ଭାରତୀୟ ସୈନ୍ୟଙ୍କୁ ପାକିସ୍ତାନ ସେନା ହତ୍ୟା କରିଥିଲା।
ମେ-୯ : ପାକିସ୍ତାନ ସେନା ପକ୍ଷରୁ କାରଗିଲ ସେକ୍ଟରରେ ଭାରି ଗୁଳିଗୋଳା ବର୍ଷଣ।
ମେ- ୧୦ : କାଶ୍ମୀରର ଦ୍ରାସ, କାକସର ଓ ମୁସୋଖ ସେକ୍ଟରରେ ପାକିସ୍ତାନ ସେନା ଅନୁପ୍ରବେଶ କରିଥିବା ପ୍ରଥମ ଥର ପାଇଁ ଜଣାପଡ଼ିଲା।
ମେ- ୧୫ : କାଶ୍ମୀର ଉପତ୍ୟକାରୁ ସେନା ପ୍ରତ୍ୟାହାର କରି ଭାରତୀୟ ସେନା କାରଗିଲକୁ ସୈନ ପଠାଇ ଥିଲେ।
ମେ- ୨୬ : ଅନୁପ୍ରବେଶକାରୀଙ୍କ ଉପରେ ଭାରତୀୟ ବାୟୁ ସେନାର ବୋମା ବର୍ଷଣ।
ମେ-୨୮ : ଭାରତୀୟ ବାୟୁସେନାର ଦୁଇଟି ଯୁଦ୍ଧ ବିମାନକୁ ଖସାଇ ଦେଇଥିବା ପାକିସ୍ତାନ ସେନା ଦାବି କରିଥିଲା। ଏଥିରେ ଭାରତୀୟ ବାୟୁସେନାର ୪ଜଣ ଯବାନ ସହିଦ ହୋଇଥିଲେ।
ଜନ୍-୬ : କାର୍ଗିଲରେ ଭାରତୀୟ ସେନା ପକ୍ଷରୁ ଜୋରଦାର ଆକ୍ରମଣ।
ଜୁନ୍-୯ : ଭାରତୀୟ ସେନା ବଟାଲିକ ସେକ୍ଟରର ଦୁଇଟି ଛାମୁଆ ଘାଟଟୀକୁ ପୁନଃ ଦଖଲ କଲେ।
ଜୁନ୍‌-୧୩ : ଭାରତୀୟ ସେନା ଦ୍ରାସ ସେକ୍ଟରର ତୋଲୋଲିଙ୍ଗକୁ ପୁନଃ ଅଧିକାର କଲେ।
ଜନ୍-୧୫ : ତତ୍‌କାଳୀନ ଆମେରିକା ରାଷ୍ଟ୍ରପତି ବିଲ କ୍ଲିଣ୍ଟନ ଭାରତୀୟ ଅଞ୍ଚଳରୁ ତୁରନ୍ତ ସେନା ପ୍ରତ୍ୟାହାର ପାଇଁ ଫୋନ ଯୋଗେ ତତ୍‌କାଳୀନ ପାକିସ୍ତାନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ଜୁନ୍-୨୯ : ଭାରତୀୟ ସେନା ଟାଇଗର ହିଲ ନିକଟରେ ଥିବା ଦୁଇଟି ଗୁରତ୍ବପୂର୍ଣ୍ଣ ଶୁଙ୍ଗ ୫୦୬୦ ଓ ୫୧୦୦କୁ ପୁନଃ ଦଖଲ କଲେ।
ଜୁଲାଇ-୪ : ୧୧ଘଣ୍ଟା ଅବିରତ ଯୁଦ୍ଧପରେ ଭାରତୀୟ ସେନା ଟାଇଗର ହିଲକୁ ଦଖଲକୁ ନେଇଥିଲେ।
ଜୁଲାଇ-୧୪ : ଭାରତ କାର୍ଗିଲ ଯୁଦ୍ଧ ବିଜୟୀ ହେଲା ବୋଲି ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଘୋଷଣା କରିଥିଲେ।
ଜୁଲାଇ-୨୬ : କାର୍ଗିଲ ଓ ଦ୍ରାସ ସେକ୍ଟରରୁ ସମସ୍ତ ପାକିସ୍ତାନ ସୈନ୍ୟଙ୍କୁ ତଡି ଦିଆଯାଇଥିବା ଭାରତୀୟ ସେନା ସୂଚନା ଦେବା ପରେ ସରକାର କାରଗିଲ ଯୁଦ୍ଧ ଶେଷ ହୋଇଥିବା ଘୋଷଣା କରିଥିଲେ। ଏହି ଦିବସକୁ ପ୍ରତିବର୍ଷ ବିଜୟ ଦିବସ ଭାବେ ପାଳନ କରିବାକୁ ବାଜପେୟୀ ଘୋଷଣା କରିଥିଲେ।

Leave A Reply

Your email address will not be published.