Odisha Link
Bridging the Missing Links in Odisha

ପୁରୀ ଆନ୍ତର୍ଜାତୀୟ ବିମାନବନ୍ଦର ପ୍ରସଙ୍ଗ: ପ୍ରଶ୍ନ କଲେ ସମ୍ବିତ, ଉତ୍ତର ରଖିଲେ ମନ୍ତ୍ରୀ

ଓଏଲ୍‌ ବ୍ୟୁରୋ:‌ ସଂସଦର ବଜେଟ୍ ଅଧିବେଶନ ଜାରି ରହିଛି। ଏହି ଅବସରରେ ପୁରୀ ଲୋକସଭା ସାଂସଦ ସମ୍ବିତ ପାତ୍ର ଗତକାଲି ସଂସଦରେ ପୁରୀରେ ପ୍ରସ୍ତାବିତ ଆନ୍ତର୍ଜାତୀୟ ବିମାନବନ୍ଦର ନିର୍ମାଣର ଅଗ୍ରଗତି ସମ୍ବନ୍ଧରେ ବିଭାଗୀୟ ମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରିଥିଲେ। ଏହି ପ୍ରଶ୍ନର ଉତ୍ତରରେ ନାଗରିକ ଉଡ୍ଡୟନ ମନ୍ତ୍ରାଳୟର ମନ୍ତ୍ରୀ କିଞ୍ଜରାପୁ ରାମମୋହନ ନାଇଡୁ କହିଥିଲେ ଯେ, ପୁରୀରେ ନିର୍ମାଣ ହେବାକୁ ଥିବା ବିମାନବନ୍ଦରଟି ଗ୍ରୀନ ଫିଲ୍ଡ ଏୟାରପୋର୍ଟ ଅଟେ। ଗ୍ରିନଫିଲ୍ଡ ଏୟାରପୋର୍ଟ ପାଇଁ ରାଜ୍ୟ ପ୍ରସ୍ତାବ ଦେବା ସହ ଡିପିଆର ପ୍ରସ୍ତୁତି ଓ ଜମି, ପାଣି, ବିଦ୍ୟୁତ୍ ପାଇଁ ବ୍ୟବସ୍ଥା ମଧ୍ୟ କରିଥାନ୍ତି।

ବିଭାଗୀୟ ମନ୍ତ୍ରୀଙ୍କ ତଥ୍ୟ ଅନୁସାରେ, କେନ୍ଦ୍ର ସରକାରଙ୍କ ସମ୍ବନ୍ଧିତ ବିଭାଗରୁ ବିମାନବନ୍ଦର ପାଇଁ ସାଇଟ୍ କ୍ଲିଅରାନ୍ସ ମିଳିସାରିଛି କିନ୍ତୁ ପୂର୍ବ ସରକାର ଇନପ୍ରିନ୍ସିପଲ୍ ଏପ୍ରୁଭାଲ୍ ପାଇଁ ଆବଶ୍ୟକ ଡିପିଆର ଓ ଜମି, ପାଣି, ବିଦ୍ୟୁତ୍ ପାଇଁ ବ୍ୟବସ୍ଥା ପ୍ରସ୍ତାବ କେନ୍ଦ୍ରକୁ ପଠେଇ ନଥିଲେ। ଯାହା ଦ୍ୱାରା ଆନ୍ତର୍ଜାତୀୟ ବିମାନବନ୍ଦର ଆଗେଇ ପାରିନାହିଁ।

ଏହି ସମ୍ବନ୍ଧରେ ସମ୍ବିତ ପାତ୍ର ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ନାଗରିକ ଉଡ୍ଡୟନ ମନ୍ତ୍ରାଳୟ ସାଇଟ୍ କ୍ଲିଏରାନ୍ସ ଦେଲା ପରେ ମଧ୍ୟ ପୂର୍ବ ସରକାର ଇନପ୍ରିନ୍ସିପଲ୍ ଏପ୍ରୁଭାଲ୍ ପାଇଁ ଡିପିଆର ପ୍ରସ୍ତୁତି ସହିତ ଜମି, ପାଣି ଓ ବିଦ୍ୟୁତ୍ ପାଇଁ ବ୍ୟବସ୍ଥା ପାଇଁ ଇନପ୍ରିନ୍ସିପଲ୍ ଏପ୍ରୁଭାଲ୍ ପାଇଁ କେନ୍ଦ୍ରକୁ ପ୍ରସ୍ତାବ ନ ଦେବା ପୁରୀ ବାସୀଙ୍କ ପାଇଁ ଏକ ଅପମାନ ଜନକ ବିଷୟ। ପୂର୍ବ ସରକାର ଦୀର୍ଘ ଦିନ ଧରି କେବଳ ପୁରୀବାସୀଙ୍କୁ ବିମାନବନ୍ଦର ସ୍ବପ୍ନ ଦେଖଉଥିଲେ କିନ୍ତୁ ଏହାର ନିର୍ମାଣ ପାଇଁ ତାଙ୍କ ଆନ୍ତରିକତା ନ’ଥିଲା ବୋଲି ସମ୍ବିତ ପାତ୍ର କହିଛନ୍ତି।

Leave A Reply

Your email address will not be published.