Odisha Link
Bridging the Missing Links in Odisha

ଅଗ୍ନିପଥ ଯୋଜନାକୁ ନେଇ ମୋଦିଙ୍କ ବଡ଼ ପ୍ରତିକ୍ରିୟା, ବିରୋଧୀଙ୍କୁ କଲେ କଟାକ୍ଷ

ଓଏଲ୍‌ ବ୍ୟୁରୋ: କାର୍ଗିଲ ବିଜୟ ଦିବସ ଅବସରରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦ୍ରାସ ଗସ୍ତ କରିଛନ୍ତି। ଏହି ଅବସରରେ ଅଗ୍ନିପଥ ଯୋଜନା ସମ୍ପର୍କକୁ ନେଇ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, କିଛି ଲୋକ ଅଗ୍ନିପଥ ଯୋଜନାକୁ ନେଇ ଦେଶବାସୀଙ୍କୁ ଭୁଲ ତଥ୍ୟ ଦେଉଛନ୍ତି। ଏଥିସହିତ ମୋଦି ବିପକ୍ଷ ଦଳକୁ ଟାର୍ଗେଟ କରିଛନ୍ତିି। ଏଥିସହିତ ବିପକ୍ଷ ଦଳ ‘ହଜାରେ କୋଟିର ଦୁର୍ନୀତି’ କରି ଦେଶର ସେନା ବଳକୁ ଦୁର୍ବଳ କରିଥିବା ଅଭିଯୋଗ ଆଣିଛନ୍ତି ମୋଦି। ଅଗ୍ନିପଥ ଯୋଜନାର ଲକ୍ଷ୍ୟ ଦେଶର ସେନାକୁ ଅଧିକ ଶସକ୍ତ ଓ ବଳୁଆ କରିବା। ଅଗ୍ନିପଥ ଯୋଜନାରେ ଯୁବ ଯବାନ ସେନାରେ ଭର୍ତ୍ତି ହେବା ଫଳରେ ଅଧିକ ଶକ୍ତିଶାଳୀ ହୋଇଛି ଭାରତୀୟ ସେନା ବାହିନୀ ବୋଲି ମୋଦି କହିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଭାରତୀୟ ସେନା ଦ୍ବାରା କରାଯାଇଥିବା ଜରୁରୀ ସୁଧାରର ଏକ ଉଦାହରଣ ଅଗ୍ନିପଥ ଯୋଜନା। ବର୍ଷ ବର୍ଷ ଧରି ସଂସଦରୁ ଆରମ୍ଭ କରି ସେନାର କମିଟି ପର୍ଯ୍ୟନ୍ତ କିଭଳି ଅଧିକ ଯୁବ ଯବାନ ସେନାରେ ରହିବେ ସେ ନେଇ ଚର୍ଚ୍ଚା ଲାଗି ରହିଥିଲା। ଭାରତର ଯବାନଙ୍କ ହାରାହାରି ଆୟୁ ବିଶ୍ବରେ ସବୁଠୁ ଅଧିକ। ଯାହା ଚିନ୍ତା ବଢ଼ାଉଥିଲା। ଯାହାଫଳରେ ମୋ ସରକାର ଅଗ୍ନିପଥ ଯୋଜନା ଆଣିବାକୁ ପ୍ରସ୍ତୁତି କରିଥିଲା। ଅଗ୍ନିପଥର ଯବାନଙ୍କ ପାଇଁ ଭାରତୀୟ ସେନା ଏବେ ଆହୁରି ଶକ୍ତିଶାଳୀ ହୋଇଉଠିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି।

ମୋହି ଆହୁରି କହିଛନ୍ତି, ଅଗ୍ନିବୀରଙ୍କ ପାଇଁ ପ୍ରାଇଭେଟ ସେକ୍ଟର ଓ ପାରାମିଲିଟାରି ଫୋର୍ସ ପାଇଁ ଆମ ସରକାର ପ୍ରାଥମିକତା ପ୍ରଦାନ କରିଛି। ୪ ବର୍ଷ ଅଗ୍ନିବୀର ଭାବେ କାର୍ଯ୍ୟ କରିବା ପରେ ସେମାନେ ପ୍ରାଇଭେଟ ସେକ୍ଟର ଓ ପାରାମିଲିଟାରି ଫୋର୍ସରେ ଯୋଗ ଦେଇ ପାରିବେ। ହେଲେ ମୁଁ ଚିନ୍ତିତ ଯେ କିଛି ଲୋକଙ୍କ ଚିନ୍ତାଧାରାକୁ କ’ଣ ହେଇଛି ତାହା ବୁଝି ପାରୁନି। ସରକାର ପେନସନ୍‌ ଟଙ୍କା ବଞ୍ଚାଇବା ପାଇଁ ଏଭଳି ଯୋଜନା କାର୍ଯ୍ୟକାରୀ କରିଥିବା କହି ଭୁଲ ତଥ୍ୟ ଦେଶରେ ବାଣ୍ଟୁଛନ୍ତି ବୋଲି ମୋଦି କହିଛନ୍ତି।

Leave A Reply

Your email address will not be published.