Odisha Link
Bridging the Missing Links in Odisha

ବିଭିନ୍ନ ଯୋଜନାର ନାମ ପରିବର୍ତ୍ତନ ପ୍ରସଙ୍ଗ: ଗୃହରେ ବିଜେଡି ବିଧାୟକଙ୍କ ଉଦବେଗ

ଓଏଲ୍‌ ବ୍ୟୁରୋ: ବିଧାନସଭା ଅଧିବେଶନର ଆଜି ପଞ୍ଚମ ଦିନ। ଗତକାଲି ବିଧାନସଭାରେ ୨୦୨୪-୨୫ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନା କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଅର୍ଥବିଭାଗ ନିଜ ପାଖରେ ରଖିଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଧାନସଭାରେ ବଜେଟ ଉପସ୍ଥାପନ କରିଥିଲେ। ୨୦୨୪-୨୦୨୫ ଆର୍ଥିକ ବର୍ଷ ପାଇଁ ୧୩୦ ମିନିଟରେ ମୋହନ ସରକାର ୨.୬୫ ଲକ୍ଷ କୋଟିର ବଜେଟ ବିଧାନସଭାରେ ଆଗତ କରିଥିଲେ।

ବଜେଟ ଉପସ୍ଥାପନା ପରେ ଆଜି ଗୃହକାର୍ଯ୍ୟ ଆରମ୍ଭ ହୋଇଛି। ପ୍ରଶ୍ନକାଳ ଆରମ୍ଭ ହୋଇଥିବାବେଳେ ଗୃହ କାର୍ଯ୍ୟ ସୁରୁଖୁରୁରେ ଆରମ୍ଭ ହୋଇଛି। ବିଭିନ୍ନ ଯୋଜନାର ନାଁ ବଦଳିବା ନେଇ ଉଦବେଗ ପ୍ରକାଶ ପାଇଛି। ଗୃହରେ ବିଜେଡି ବିଧାୟକ ଗଣେଶ୍ୱର ବେହେରା ଉଦବେଦ ପ୍ରକାଶ କରିଛନ୍ତି।

ସେ କହିଛନ୍ତି, ସରକାର ବଦଳିବା ପରେ ୩୧୪ ବ୍ଲକର ବିକାଶ କାର୍ଯ୍ୟ ଠପ୍ ହୋଇଛି। ଆମ ଓଡ଼ିଶା ନବୀନ ଓଡ଼ିଶାରେ ୫୦ ଲକ୍ଷ ଘୋଷଣା ହୋଇଥିଲା। ପ୍ରତି ପଞ୍ଚାୟତକୁ ୫୦ ଲକ୍ଷ ଟଙ୍କା ଘୋଷଣା କରାଯାଇଥିଲା। ସରକାର ବଦଳିବା ପରେ ଏହି ଯୋଜନାରେ କିଛି ହେଉନି। ସରକାରଙ୍କ ସ୍ପଷ୍ଟୀକରଣ ଦାବି କଲେ ଗଣେଶ୍ୱର ବେହେରା। ନାଁ ପରିବର୍ତ୍ତନ କଲେ ଗୋଲାପ ଫୁଲ, ଦୁଦୁରା ହୋଇ ଯିବନି ବୋଲି ସେ କହିଛନ୍ତି।

ସୂଚନା ଅନୁସାରେ, ବଜେଟକୁ ନେଇ ବିରୋଧୀ ଅସନ୍ତୋଷ ଥିବାବେଳେ ଗୃହରେ ବିରୋଧ କରିବା ନେଇ ଆଶଙ୍କା ରହିଛି। ଗତକାଲି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମଧ୍ୟ ଅସନ୍ତୋଷ ବ୍ୟକ୍ତ କରିଥିଲେ। ସେ କହିଥିଲେ, ଡବଲ ଇଞ୍ଜିନ ସରକାର ଡବଲ ନିରାଶ କରିଛି। ସେମାନେ ମୋ ସରକାରର ୪୦ରୁ ଅଧିକ ଯୋଜନାର ନାଆଁ ବଦଳାଇଛନ୍ତି। ତେବେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀ ମଧ୍ୟ ଅସନ୍ତୋଷ ବ୍ୟକ୍ତ କରିଥିଲେ।

Leave A Reply

Your email address will not be published.