Odisha Link
Bridging the Missing Links in Odisha

ପୁଣି ବିଧାନସଭାରେ ଅଚଳାବସ୍ଥା, କକ୍ଷତ୍ୟାଗ କଲା ବିଜେଡି

ଓଏଲ୍‌ ବ୍ୟୁରୋ: ବିଧାନସଭା ଅଧିବେଶନର ଆଜି ପଞ୍ଚମ ଦିନ। ଗତକାଲି ବିଧାନସଭାରେ ୨୦୨୪-୨୫ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନା କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଅର୍ଥବିଭାଗ ନିଜ ପାଖରେ ରଖିଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଧାନସଭାରେ ବଜେଟ ଉପସ୍ଥାପନ କରିଥିଲେ। ୨୦୨୪-୨୦୨୫ ଆର୍ଥିକ ବର୍ଷ ପାଇଁ ୧୨୮ ମିନିଟରେ ମୋହନ ସରକାର ୨.୬୫ ଲକ୍ଷ କୋଟିର ବଜେଟ ବିଧାନସଭାରେ ଆଗତ କରିଥିଲେ। ବଜେଟ ଉପସ୍ଥାପନା ପରେ ଆଜି ଗୃହକାର୍ଯ୍ୟ ଆରମ୍ଭ ହୋଇଥିଲା। ପ୍ରଶ୍ନକାଳ ଆରମ୍ଭ ହୋଇଥିବାବେଳେ ଗୃହ କାର୍ଯ୍ୟ ସୁରୁଖୁରୁରେ ଆରମ୍ଭ ହୋଇଥିଲା। କିଛି ସମୟ ସୁରୁଖୁରୁରେ ଚାଲିବା ପରେ ମୁଲତବୀ ପ୍ରସ୍ତାବ ଆଲୋଚନା ହୋଇଥିଲା। ମୁଲତବୀ ପ୍ରସ୍ତାବ ପରେ ବିଜେଡି କକ୍ଷତ୍ୟାଗ କରିଛି।

Leave A Reply

Your email address will not be published.