Odisha Link
Bridging the Missing Links in Odisha

ଗୃହରେ ଶିକ୍ଷକ ନିଯୁକ୍ତି ନେଇ ପ୍ରଶ୍ନବାଚୀ, ବଡ଼ ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ବିଧାନସଭା ଅଧିବେଶନର ଆଜି ପଞ୍ଚମ ଦିନ। ଗତକାଲି ବିଧାନସଭାରେ ୨୦୨୪-୨୫ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନା କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଅର୍ଥବିଭାଗ ନିଜ ପାଖରେ ରଖିଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଧାନସଭାରେ ବଜେଟ ଉପସ୍ଥାପନ କରିଥିଲେ। ୨୦୨୪-୨୦୨୫ ଆର୍ଥିକ ବର୍ଷ ପାଇଁ ୧୩୦ ମିନିଟରେ ମୋହନ ସରକାର ୨.୬୫ ଲକ୍ଷ କୋଟିର ବଜେଟ ବିଧାନସଭାରେ ଆଗତ କରିଥିଲେ।

ବଜେଟ ଉପସ୍ଥାପନା ପରେ ଆଜି ଗୃହକାର୍ଯ୍ୟ ଆରମ୍ଭ ହୋଇଛି। ପ୍ରଶ୍ନକାଳ ଆରମ୍ଭ ହୋଇଥିବାବେଳେ ଗୃହ କାର୍ଯ୍ୟ ସୁରୁଖୁରୁରେ ଆରମ୍ଭ ହୋଇଛି। ରାଜ୍ୟର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୧୭,୭୬୧ ଶିକ୍ଷକ ପଦବୀ ଖାଲି ପଡ଼ିଛି। ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଖୁବ୍ ଶୀଘ୍ର ୧୬,୫୧୯ ଶିକ୍ଷକ ନିଯୁକ୍ତ ହେବେ ବୋଲି ଗୃହରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି।

ଅନ୍ୟପଟେ, ବଜେଟକୁ ବିରୋଧୀ ଅସନ୍ତୋଷ ଥିବାବେଳେ ଗୃହରେ ବିରୋଧ କରିବା ନେଇ ଆଶଙ୍କା ରହିଛି। ଗତକାଲି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମଧ୍ୟ ଅସନ୍ତୋଷ ବ୍ୟକ୍ତ କରିଥିଲେ। ସେ କହିଥିଲେ, ଡବଲ ଇଞ୍ଜିନ ସରକାର ଡବଲ ନିରାଶ କରିଛି। ସେମାନେ ମୋ ସରକାରର ୪୦ରୁ ଅଧିକ ଯୋଜନାର ନାଆଁ ବଦଳାଇଛନ୍ତି। ତେବେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀ ମଧ୍ୟ ଅସନ୍ତୋଷ ବ୍ୟକ୍ତ କରିଥିଲେ।

Leave A Reply

Your email address will not be published.