Odisha Link
Bridging the Missing Links in Odisha

ଫ୍ରାନ୍ସର ରେଳ ନେଟଓ୍ବାର୍କ ଉପରେ ଆକ୍ରମଣ, ଷ୍ଟେସନରେ ଫସି ରହିଛନ୍ତି ୮ ଲକ୍ଷ ଲୋକ

ଓଏଲ୍‌ ବ୍ୟୁରୋ: ଆଉ କିଛି ଘଣ୍ଟା ପରେ ଆରମ୍ଭ ହେବ ପ୍ୟାରିସ୍‌ ଅଲିମ୍ପିକ୍ସର ଉଦଘାଟନୀ ସମାରୋହ। ଏହାପୂର୍ବରୁ ଫ୍ରାନ୍ସର ଟ୍ରେନ୍‌ ନେଟଓ୍ବାର୍କ ଉପରେ ଆକ୍ରମଣ ହୋଇଛି। ଅନେକ ରେଳ ଲାଇନ୍‌ରେ ଅଗ୍ନିକାଣ୍ଡ ହୋଇଥିବା ସୂଚନା ରହିଛି। ଜାତୀୟ ଗଣମାଧ୍ୟମ ସଂସ୍ଥା ବିବିସିରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ପ୍ୟାରିସରୁ ଯାଉଥିବା ଆଉ ବିଭିନ୍ନ ପ୍ରାନ୍ତରୁ ପ୍ୟାରିସ୍‌କୁ ଆସୁଥିବା ଅନେକ ଟ୍ରେନ୍‌କୁ ବାତିଲ କରାଯାଇଛି। ଆଉ କିଛି ଟ୍ରେନ୍‌ ୯୦ ମିନିଟ୍‌ ବିଳମ୍ବରେ ଚାଲୁଛି।

ୟୁରୋଷ୍ଟାର କମ୍ପାନୀ ପକ୍ଷରୁ କୁହାଯାଇଛି ଯେ ଅନେକ ଟ୍ରେନ୍ ବାତିଲ କରାଯାଇଛି। ଏହି ଆକ୍ରମଣ ଯୋଗୁଁ ଲଣ୍ଡନରୁ ପ୍ୟାରିସ ପର୍ଯ୍ୟନ୍ତ ରେଳ ସେବାକୁ ପ୍ରଭାବିତ ହୋଇଛି। ଆକ୍ରମଣକୁ ଦୃଷ୍ଟିରେ ରଖି କିଛି ଟ୍ରେନର ଗତିପଥକୁ ଡାଇର୍ଭଟ କରାଯାଇଛି। ଅପରପକ୍ଷେ ଫ୍ରାନ୍ସର ସରକାରୀ ରେଳ କମ୍ପାନୀ SNCF ସମସ୍ତ ଯାତ୍ରୀଙ୍କୁ ପରାମର୍ଶ ଦେଇ କହିଛି ଯେ, ଷ୍ଟେସନକୁ କେହି ଯାଆନ୍ତୁ ନାହିଁ। SNCF ପକ୍ଷରୁ କୁହାଯାଇ ଯେ ଆକ୍ରମଣ କାରଣରୁ ପାଖାପାଖି ୮ ଲକ୍ଷ ଯାତ୍ରୀ ପ୍ରଭାବିତ ହୋଇଛନ୍ତି। ଅନ୍ୟପଟେ ଫ୍ରାନ୍ସର ପରିବହନ ମନ୍ତ୍ରୀ ପେଟ୍ରିସ୍‌ ଏହି ଘଟଣାରେ ନିନ୍ଦା ପ୍ରକାଶ କରିଛନ୍ତି।

୩ ହାଇ ସ୍ପିଡ ଟ୍ରେନ୍‌ ଲାଇନ୍‌ରେ ଆକ୍ରମଣ:
ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ଖବର ଅନୁଯାୟୀ, ଫ୍ରାନ୍ସର ୩ଟି ହାଇ ସ୍ପିଡ ଟ୍ରେନ୍‌ ଲାଇନ୍‌ରେ ରେଳ ଚଳାଚଳକୁ ବନ୍ଦ କରା ଦିଆଯାଇଛି। ଏଥିରେ ଆଣ୍ଟାଲଟିକ, ନର୍ଦନ ଓ ଇଷ୍ଟର୍ନ ଲାଇନ୍‌ ରହିଛି। ଆକ୍ରମଣର ଆରମ୍ଭ ଫ୍ରାନ୍ସର ଆରସ ସହରରୁ ଆରମ୍ଭ ହୋଇଥିଲା। ଯାହା ପ୍ୟାରିସ୍‌ଠୁ ୧୬୦ କିମି ଦୂରରେ ରହିଛି। ଏହାପରେ କୋର୍ଟଲେନ ସହରର ଟୁର୍ସ ଆଣ୍ଡ ଲେ ମଂସ ଲାଇନରେ ଆକ୍ରମଣ ହୋଇଥିଲା। ଯାହା ପ୍ୟାରିସ୍‌ଠୁ ୧୪୪ କିମି ଦୂରରେ ରହିଛି। ଅନ୍ୟପଟେ SNCF ମୁଖ୍ୟ କହିଛନ୍ତି ଯେ ରାତିରେ ଆମର ରେଳ ନେଟଓ୍ବାର୍କ ଓ ଯାତାୟତ ଠପ୍‌ କରିବା ପାଇଁ ଆକ୍ରମଣକାରୀ ବହୁତ ଚେଷ୍ଟା କରିଛନ୍ତି।

Leave A Reply

Your email address will not be published.