Odisha Link
Bridging the Missing Links in Odisha

ଅନନ୍ତନାଗରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୫ ଶିଶୁ ସମେତ ୮ ମୃତ

ଓଏଲ୍‌ ବ୍ୟୁରୋ: ପୁଣିଥରେ ଜମ୍ମୁ କଶ୍ମୀରର ଅନନ୍ତନାଗରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏକ କାର ଘାଟିରୁ ତଳକୁ ଖସିଯିବା ଫଳରେ ୮ ଜଣଙ୍କର ମୃତ୍ୟୁ ହୋଇଛି। ଦୁଃଖଦ ଖବର ମୃତକଙ୍କ ମଧ୍ୟରେ ୫ ଜଣ ଶିଶୁ ରହିଥିବା ସୂଚନା ରହିଛି।

ଜାତୀୟ ଗଣମାଧ୍ୟମରେ ପ୍ରସାରିତ ଖବର ଅନୁାଯାୟୀ, ଆଜି ମଧ୍ୟାହ୍ନରେ ଜମ୍ମୁ କଶ୍ମୀର ଅନନ୍ତନାଗ ଜିଲ୍ଲୀ ଡାକସୁମ ଘାଟିରେ ଏହି ଦୁର୍ଘଟଣା ଘଟିଛି। ଡାକସୁମ ଘାଟିରେ ଯିବା ସମୟରେ ଏକ କାର୍ ଓଲଟି ପଡ଼ିବାରୁ ୮ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ପରିଚୟ ମିଳିପାରି ନଥିବା ବେଳେ ସେମାନେ କେଉଁ ଅଞ୍ଚଳର ତାହା ମଧ୍ୟ ଜଣାପଡ଼ି ନାହିଁ।

ମିଳିଥିବା ସୂଚନା ମୁତାବକ, କାରଟି ଜମ୍ମୁର କିଶିତିୱାରରୁ ଆସୁଥିଲା। ଡାକସୁମ ଘାଟିରେ ଚାଳକ ଭାରସାମ୍ୟ ହରାଇବାରୁ କାର୍ ଘାଟି ତଳକୁ ଖସି ପଡ଼ିଥିଲା। ଗାଡ଼ି ଚାଳକଙ୍କ ସମେତ ସମସ୍ତ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି।

Leave A Reply

Your email address will not be published.