Odisha Link
Bridging the Missing Links in Odisha

ଭୁବନେଶ୍ୱର ବିମାନବନ୍ଦରରେ ଖୋଲିଲା ଅତ୍ୟାଧୁନିକ ବୟନିକା ସୋରୁମ୍

ଓଏଲ୍‌ ବ୍ୟୁରୋ: ଓଡ଼ିଶାର ହସ୍ତତନ୍ତର ଆହୁରି ହେବ ପ୍ରଚାର ପ୍ରସାର। କାରଣ ଆଜି ଅନ୍ତର୍ଜାତୀୟ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଖୋଲିଛି ଏକ ଅତ୍ୟାଧୁନିକ ବୟନିକା ସୋ ରୁମ୍। ମୁଖ୍ୟମନ୍ତ୍ରୀ ଓ ୨ ଉପମୁଖ୍ୟମନ୍ତ୍ରୀ ଏହି ସୋର ରୁମ୍‌ର ଉଦଘାଟନ କରିଛନ୍ତି। ଏଣିକି ଦେଶ ତଥା ଦେଶ ବାହାରକୁ ଯାତ୍ରା କରୁଥିବା ଯାତ୍ରୀ ବିମାନବନ୍ଦରରେ ଓଡ଼ିଶା ହସ୍ତତନ୍ତ କିଣିପାରିବେ।

କେବଳ ଜିଆଇ ମାନ୍ୟତା ପାଇଥିବା ଓଡ଼ିଶାର ହସ୍ତତନ୍ତ ହିଁ ବିକ୍ରି ହେବ ଏହି ଷ୍ଟଲରେ। କୋଟପାଡ଼ ହସ୍ତତନ୍ତ ବସ୍ତ୍ର, ଓଡିଶା ଇକତ୍, ଗୋପାଳପୁର ଟସର ବସ୍ତ୍ର, ଧଳାପଥର ପରଦା ଓ ବସ୍ତ୍ର, ସମ୍ବଲପୁରୀ ବାନ୍ଧ ବସ୍ତ୍ର, ବୋମକେଇ ଶାଢୀ, ହାବାସପୁରୀ ଶାଢୀ ଓ ବସ୍ତ୍ର, ବ୍ରହ୍ମପୁର ଫୋଡାକୁମ୍ଭ ଶାଢୀ ଏବଂ ଖଣ୍ଡୁଆ ଶାଢ଼ୀ ଓ ବସ୍ତ୍ର କିଣିପାରିବେ ଗ୍ରାହକ। ଖୁବ ଶୀଘ୍ର ଏହି ସୁବିଧା ପାଇବେ ବିମାନଯାତ୍ରୀ । ବିମାନବନ୍ଦରରେ ବହୁ ଅନ୍ତର୍ଜାତୀୟ କମ୍ପାନୀ ନିଜର ସାମଗ୍ରୀ ବିକ୍ରି କରୁଥିବାବେଳେ ଏଣିକି ବୟନିକାରେ ବିକ୍ରି ହେବ ଓଡ଼ିଶାର ନିଜସ୍ବ ହସ୍ତତନ୍ତ।

Leave A Reply

Your email address will not be published.