Odisha Link
Bridging the Missing Links in Odisha

ପ୍ୟାରିସ୍‌ ଅଲିମ୍ପିକ୍ସ ୨୦୨୪: ଆଜି ୭ଟି ଇଭେଣ୍ଟରେ ଲଢ଼େଇ କରିବ ଭାରତ, ରାତି ୯ରେ ବଡ଼ ଲଢ଼େଇ

ଓଏଲ୍‌ ବ୍ୟୁରୋ: ବାଜି ସାରିଛି କୀଡ଼ା ମହାକୁମ୍ଭର ବିଗୁଲ। ଭବ୍ୟ ସମାରୋହର ସହିତ ଉଦଘଶଯିତ ହୋଇଛି ପ୍ୟାରିସ୍‌ ଅଲିମ୍ପିକ୍ସ। ଅଲିମ୍ପିକ୍ସରେ ୨୦୦ଟି ଦେଶର ଖେଳାଳି ଅଂଶଗ୍ରହଣ କରିଥିବା ବେଳେ ଭାରତର ୧୧୭ ଜଣ ଖେଳାଳି ୧୬ଟି କ୍ରୀଡ଼ାରେ ଭାଗ ନେଇଛନ୍ତି। ଅଗଷ୍ଯ ୧୧ ଯାଏ ଚାଲିବ ବିଶ୍ବ କ୍ରୀଡ଼ା ମହାକୁମ୍ଭ। ସବୁଠୁ ବଡ଼କଥା ହେଲା ଅଲିମ୍ପିକ୍ସରେ ଚଳିତ ଥର ଦୁଇ ଜଣ ଓଡ଼ିଆ ଖେଲାଳି ଅଂଶଗ୍ରହଣ କରିଥିବା ବେଳେ ଭାରତୀୟ ହକି ଟିମରେ ଅଛନ୍ତି ଓଡ଼ିଶାର ଷ୍ଟାର ପ୍ଲୋୟାର ଅମିତ ରୋହିଦାସ। ଆଜି ଅମିତଙ୍କଠାରୁ ଭଲ ଖେଳ ସହ ବଡ଼ ବିଜୟ ଆଶାରେ ଅଛନ୍ତି ଭାରତୀୟ କ୍ରୀଡ଼ାପ୍ରେମୀ।

ଆଜି ୭ଟି ଇଭେଣ୍ଟରେ ରହିଛି ଭାରତର ମ୍ୟାଚ୍। ଦିନ ୧୨ଟା ୩୦ରେ ରୋଇଁ ଓ ସୁଟିଂ ପ୍ରତିଯୋଗୀତା ରହିଛି। ୧୨ଟା ୫୦ରେ ବ୍ୟାଡମିଣ୍ଟନ ଗ୍ରୁପ ଷ୍ଟେଜ୍ ମ୍ୟାଚ୍ ଖେଳାଯବ। ସନ୍ଧ୍ୟା ସାଢ଼େ ୬ଟାରେ ଖେଳାଯିବ ଟେନିସ ଓ ଟେବୁଲ ଟେନିସ ମ୍ୟାଚ୍। ସେହିପରି ରାତି ୯ଟାରେ ହକିରେ ନ୍ୟୁଜିଲାଣ୍ଡକୁ ଭେଟିବ ଭାରତ।

ପ୍ୟାରିସ୍‌ ଅଲିମ୍ପିକ୍ସରେ ଭାରତର ଆଜିର ଖେଳ ସୂଚୀ:

ଅପରାହ୍ନ ୧୨.୩୦ : ରୋଇଁ – ପୁରୁଷ ସିଙ୍ଗଲ୍‌ସ ସ୍କଲସ୍‌ ହିଟ୍‌ସ
ଅପରାହ୍ନ ୧୨.୩୦ : ସୁଟିଂ- ୧୦ ମିଟର ଏୟାର ରାଇଫଳ ମିକ୍ସଡ ଟିମ୍‌ ଯୋଗ୍ୟତା ପର୍ଯ୍ୟାୟ
ଅପରାହ୍ନ ୨ : ସୁଟିଂ – ୧୦ ମିଟର ଏୟାର ପିସ୍ତଲ ପୁରୁଷ ଯୋଗ୍ୟତା ପର୍ଯ୍ୟାୟ
ଅପରାହ୍ନ ୨: ସୁଟିଂ – ୧୦ ମିଟର ଏୟାର ମିକ୍ସଡ ଟିମ୍‌ ମେଡାଲ ରାଉଣ୍ଡସ
ଅପରାହ୍ନ ୩.୩୦ : ଟେନିସ୍‌ – ପ୍ରଥମ ରାଉଣ୍ଡ-ପୁରୁଷ ସିଙ୍ଗଲ୍‌ସ, ପ୍ରଥମ ରାଉଣ୍ଡ-ପୁରୁଷ
ଅପରାହ୍ନ ୪: ସୁଟିଂ- ୧୦ ମିଟର ଏୟାର ପିସ୍ତଲ ମହିଳା ଯୋଗ୍ୟତା ପର୍ଯାୟ
ସନ୍ଧ୍ୟା ୬.୩୦: ଟେବୁଲ ଟେନିସ – ପ୍ରଥମ ରାଉଣ୍ଡ-ପୁରୁଷ ସିଙ୍ଗଲ୍‌ସ, ପ୍ରଥମ ରାଉଣ୍ଡ-ମହିଳା
ରାତି ୭: ବକ୍ସିଂ – ମହିଳା ୫୪ କେଜି, ରାଉଣ୍ଡ ଅଫ୍‌ ୩୨
ରାତି ୯: ହକି- ପୁରୁଷ ଗ୍ରୁପ୍‌ ବି, ଭାରତ ବନାମ ନ୍ୟୁଜିଲାଣ୍ଡ

Leave A Reply

Your email address will not be published.