Odisha Link
Bridging the Missing Links in Odisha

ପ୍ୟାରିସ୍‌ ଅଲିମ୍ପିକ୍ସ: ରୋଇଂରେ ୪ର୍ଥ ସ୍ଥାନରେ ରହିଲେ ବଲରାଜ, ଏବେ ବି ରହିଛି କ୍ବାର୍ଟର ଫାଇନାଲ ସୁଯୋଗ

ଓଏଲ୍‌ ବ୍ୟୁରୋ: ବାଜି ସାରିଛି କୀଡ଼ା ମହାକୁମ୍ଭର ବିଗୁଲ। ଭବ୍ୟ ସମାରୋହର ସହିତ ଉଦଘଶଯିତ ହୋଇଛି ପ୍ୟାରିସ୍‌ ଅଲିମ୍ପିକ୍ସ। ଅଲିମ୍ପିକ୍ସରେ ୨୦୦ଟି ଦେଶର ଖେଳାଳି ଅଂଶଗ୍ରହଣ କରିଥିବା ବେଳେ ଭାରତର ୧୧୭ ଜଣ ଖେଳାଳି ୧୬ଟି କ୍ରୀଡ଼ାରେ ଭାଗ ନେଇଛନ୍ତି। ଅଗଷ୍ଟ ୧୧ ଯାଏ ଚାଲିବ ବିଶ୍ବ କ୍ରୀଡ଼ା ମହାକୁମ୍ଭ। ଆଜି ରୋଇଂ ବିଭାଗର ପୁୁରୁଷ ସଙ୍ଗଲ୍‌ସ ସ୍କଲସ୍‌ ହିଟସ୍‌ରେ ଦମଦାର ପ୍ରଦର୍ଶନ କରିଛନ୍ତି ଭାରତୀୟ ଖେଳାଳି ପନଓ୍ବାର ବଲରାଜ।

ବଲରାଜ ରୋଇଂ ଗେମ୍ସର ସିଙ୍ଗଲସ୍‌ ସ୍କଲସ୍‌ର ପ୍ରଥମ ହିଟ୍‌ରେ ୪ର୍ଥ ସ୍ଥାନରେ ରହିଛନ୍ତି। ବଲରାଜ ୩ ମିନିଟ୍‌ ୩୧ ସେକେଣ୍ଡ ଓ ୨୪ ମିଲି ସେକେଣ୍ଡରେ ନିଜ ହିଟ୍‌ ପୂର୍ଣ୍ଣ କରିଛନ୍ତି। ୪ର୍ଥ ସ୍ଥାନରେ ରହିଥିବାରୁ ବଲରାଜଙ୍କୁ କ୍ବାଟର ଫାଇନାଲ ଟିକେଟ୍‌ ମିଳିଲା ନାହିଁ। ହେଲେ ଏବେ ମେଡାଲ ଆଶା ବଲରାଜଙ୍କର ରହିଛି। ଟପ୍‌ ୪ରେ ଥିବାରୁ ବଲରାଜଙ୍କୁ ରେପଚେଜ ଇଭେଣ୍ଟ ଜରିଆରେ କ୍ବାର୍ଟର ଫାଇନାଲରେ ପ୍ରବେଶ କରିବାକୁ ସୁଯୋଗ ରହିଛି।

ଅନ୍ୟପଟେ ସୁଟିଂ ବିଭାଗର ୧୦ ମିଟର ଏୟାର ରାଇଫଲ ମିକ୍ସଡ ଟିମ୍‌ ଇଭେଣ୍ଟର କ୍ବାଲିଫିକେଶନ୍‌ ରାଉଣ୍ଡ ଆରମ୍ଭ ହୋଇଛି। ଏଥିରେ ସନ୍ଦୀପ ସିଂ ଓ ଇଲାବେନିଲ ବାଲାରିବନ ଯୋଡ଼ି ମୈଦାନକୁ ଓହ୍ଲାଇଥିବା ବେଳେ ଅର୍ଜୁନ ବବୁତା ଓ ରମିତା ଜିନ୍ଦଲଙ୍କ ଯୋଡ଼ି ଭାରତ ପକ୍ଷରୁ ମୈଦାନକୁ ଓହ୍ଲାଇଛନ୍ତି।

Leave A Reply

Your email address will not be published.