Odisha Link
Bridging the Missing Links in Odisha

ପ୍ୟାରିସ୍‌ ଅଲିମ୍ପକ୍ସ: ଶୁଟିଂରେ ପଦକ ଆଶା ଉଜ୍ଜିବୀତ ରଖିଲେ ମନୁ, କାଲି ଖେଳିବେ ଫାଇନାଲ ମ୍ୟାଚ୍

ଓଏଲ୍‌ ବ୍ୟୁରୋ: ପ୍ୟାରିସ୍‌ ଅଲିମ୍ପିକ୍ସର ପ୍ରଥମ ଦିନରେ ଶୁଟିଂ ବିଭାଗରେ ଭାରତ ପାଇଁ ଆସିଲା ଭଲ ଖବର। ମନୁ ଭାକରେ ମହିଳା ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ମନୁ ୬୦ ସଟ୍‌ କ୍ବାଲିଫାଏଙ୍ଗ ରାଉଣ୍ଡରେ ମୋଟ ୫୮୦ ପଏଣ୍ଟ ହାସଲ କରି ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ମନୁ ଭାକରେ ପ୍ରଥମ ସିରିଜରେ ୯୭, ୨ୟ ସିରିଜରେ ୯୭, ତୃତୀୟରେ ୯୮, ୪ର୍ଥରେ ୯୬, ୫ମରେ ୯୬ ଓ ୬ଷ୍ଠ ସିରିଜରେ ୯୬ ପଏଣ୍ଟ ହାସଲ କରିଥିଲେ। ମନୁ ଭାକରେଙ୍କ ଫାଇନାଲ ମ୍ୟାଚ୍‌ ଆସନ୍ତାକାଲି ଅପରାହ୍ନ ୩.୩୦ରେ ଖେଳାଯିବ। ମନୁ ଭାରତକୁ ପ୍ରଥମ ପଦକ ଦେବା ନେଇ ଆଶାବାଦୀ ଅଛନ୍ତି ଭାରତୀୟ। ଏଥିସହିତ ପଦକ ଆଶା ଉଜ୍ଜିବୀତ ରଖିଚନ୍ତି ମନୁ।

Leave A Reply

Your email address will not be published.