Odisha Link
Bridging the Missing Links in Odisha

ସୀମାରେ ଗୁଳି ବିନିମୟ: ଜଣେ ଯବାନ ସହିଦ, ୪ ଆହତ

ଓଏଲ୍‌ ବ୍ୟୁରୋ: ସାରା ଭାରତ ୭୮ତମ ସ୍ବାଧୀନତା ଦିବସ ପାଳନ କରିବାକୁ ହେଉଛି ପ୍ରସ୍ତୁତ। ଏଥିପାଇଁ ପ୍ରସ୍ତୁତି ଜୋରଦାର ଚାଲିଥିବା ବେଳେ କିଛି ଦିନ ହେବ ସୀମାରେ ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ନଜରରେ ରଖି ଜମ୍ମୁ କଶ୍ମୀରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବା ସହିତ ସତର୍କତାର ସହିତ ରହିବାକୁ ଜନତାଙ୍କୁ ପରାମର୍ଶ ଦିଆଯାଇଛି। ଏସବୁ ଭିତରେ ଜଣେ ଆତଙ୍କବାଦୀ ସଫା ହୋଇଯାଇଥିବା ବେଳେ ୫ ଜଣ ଯବାନ ଆହତ ହୋଇଛନ୍ତି। ସେ ମଧ୍ୟରୁ ଜଣେ ଯବାନ ସହିଦ ହୋଇଥିବା ଖବର ସାମ୍ନାକୁ ଆସିଛି।

ଆଜି ସକାଳେ ଜମ୍ମୁ କଶ୍ମୀର କୁପୱାଡା ଜିଲ୍ଲାର ମଛିଲ ସେକ୍ଟର ନିକଟରେ ଯବାନଙ୍କ ଉପରକୁ ଗୁଳିମାଡ଼ କରିଥିଲେ ଆତଙ୍କବାଦୀ। ପାକିସ୍ତାନ ବୋର୍ଡର ଆକ୍ସନ ଟିମର ଆତଙ୍କବାଦୀମାନେ ଏହି ଆକ୍ରମଣ କରିଥିଲେ। ଭାରତୀୟ ସେନା ଏହାର କଡ଼ା ଜବାବ ଦେଇଛି।

ଯବାନଙ୍କ ପାଲଟା ଆକ୍ରମଣରେ ଜଣେ ଆତଙ୍କାବାଦୀକୁ ସଫା କରିଛି ଭାରତୀୟ ସେନା। କିନ୍ତୁ ପାଲଟା ଆକ୍ରମଣ ସମୟରେ ପାଞ୍ଚ ଜଣ ଯବାନ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ଥିଲା। ଚିକିତ୍ସାଧୀନ ଅବସ୍ଥାରେ ଜଣେ ଯବାନ ସହିଦ ହୋଇଛନ୍ତି।

ସୂଚନାଥାଉକି, ପଞ୍ଜାବର ପଠାନକୋଟ ଜିଲ୍ଲାର ଜଣେ ମହିଳା ଉକ୍ତ ଅଞ୍ଚଳରେ ୭ ଜଣ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଦେଖିବା ପରେ ଜମ୍ମୁରେ ହାଇ ଆଲର୍ଟ ଜାରି କରାଯାଇଛି। ପ୍ରାଥମିକ ସତର୍କତା ସ୍ୱରୂପ ଅଞ୍ଚଳର ସମସ୍ତ ଆର୍ମି ସ୍କୁଲକୁ ମଧ୍ୟ ଛୁଟି ଘୋଷଣା କରାଯାଇଛି। ଆସନ୍ତାକାଲି ପର୍ଯ୍ୟନ୍ତ ସମସ୍ତ ଆର୍ମି ସ୍କୁଲ ବନ୍ଦ ରହିବ।

ଅନ୍ୟପଟେ ପଞ୍ଜାବ ପୁଲିସ ଜଣେ ସନ୍ଦିଗ୍ଧର ସ୍କେଚ୍ ଜାରି କରି ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛି। ସ୍ଥାନୀୟ ଲୋକଙ୍କୁ ସଜାଗ ରହିବା ସହ କୌଣସି ସନ୍ଦିଗ୍ଧ ବ୍ୟକ୍ତିଙ୍କ ସୂଚନା ପାଇଲେ ତୁରନ୍ତୁ ପୁଲିସକୁ ରିପୋର୍ଟ କରିବାକୁ କୁହାଯାଇଛି। ସ୍ଥାନୀୟ ଅଞ୍ଚଳନରେ ସର୍ଚ୍ଚ ଅପରେସକୁ ଜୋରଦାର କରାଯିବା ସହ ବ୍ୟାପକ ସୈନ୍ୟ ଏବଂ ଅସ୍ତ୍ରଶସ୍ତ୍ର ପ୍ରସ୍ତୁତ ରଖାଯାଇଛି।

Leave A Reply

Your email address will not be published.