Odisha Link
Bridging the Missing Links in Odisha

କିଏ ହେବ ଓଡ଼ିଶାର ନୂଆ କଂଗ୍ରେସ ମୁଖିଆ ? ଦିଲ୍ଲୀରେ ଚାଲିଛି ମାନସ ମନ୍ଥନ

ଓଏଲ୍‌ ବ୍ୟୁରୋ: ସରିଜି ନିର୍ବାଚନ। ହେଲେ ସରିନି ରାଜନୀତି। ରାଜ୍ୟରେ ବିଜେପି ସରକାର ଗଠନ କରିଥିବା ବେଳେ ବିଜେଡି ବିରୋଧୀ ଦଳ ଭାବେ ରାଜ୍ୟରେ ନିଜ ସ୍ଥିତି ଜାହିର କରୁଛି। ନିଜ ସ୍ଥିତି ଜାହିର କରିବା ମାମଲାରେ ବିଜେପି, ବିଜେଡିଠୁ ବହୁତ ପଛରେ ପଡ଼ିଛି କଂଗ୍ରେସ। ଏସବୁ ମଧ୍ୟରେ କିଏ ହେବ ରାଜ୍ୟ କଂଗ୍ରେସର ମୁଖିଆ। ତାକୁ ନେଇ ଆରମ୍ଭ ହୋଇଛି କଳ୍ପନା ଜଳ୍ପନା। ରାଜ୍ୟ କଂଗ୍ରେସ ଭବନ ଖାଁ ଖାଁ ଥିବାବେଳେ ଦିଲ୍ଲୀରେ ଡେରା ପକାଇଛନ୍ତି ପ୍ରମୁଖ କଂଗ୍ରେସ ନେତା।

ଏସବୁ ମଧ୍ୟରେ ବଡ଼ ପ୍ରତିକ୍ରିୟା ରଖିଚନ୍ତି କଂଗ୍ରେସର ବରିଷ୍ଠ ନେତା ବିଜୟ ପଟ୍ଟନାୟକ। ସେ କହିଛନ୍ତି, ଓଡ଼ିଶା ସ୍ୱାର୍ଥ ପାଇଁ ଯିଏ ଲଢ଼ିପାରୁଥିବ, ସରକାରରେ ଆସିବା ପାଇଁ ଯିଏ ସମ୍ପୂର୍ଣ ପ୍ରୟାସ କରିପାରୁଥିବ ସେଭଳି ଲୋକଙ୍କୁ ଏଆଇସିସି ପିସିସି ସଭାପତି ଭାବେ ନିଯୁକ୍ତ କରିବ। ବ୍ୟକ୍ତିଗତ ଆଉ ଦଳଗତ ଇଛା ଭିନ୍ନ। ତେଣୁ ଯାହା ନିଷ୍ପତି ନିଆଯିବ ତାହା ସମସ୍ତେ ଗ୍ରହଣ କରିବେ ବୋଲି ବିଜୟ ପଟ୍ଟନାୟକ କହିଛନ୍ତି।

ସୂଚନାଥାଉକି, ରାଜ୍ୟ ପିସିସି ଭଙ୍ଗ ସହିତ ଶରତ ପଟ୍ଟନାୟକ ମୁଖିଆ ପଦରୁ ଓହରିବା ପରେ ନିସ୍ତବ୍ଧ ହୋଇଛି କଂଗ୍ରେସ ଭବନ। ପରବର୍ତ୍ତୀ କଂଗ୍ରେସ ମୁଖିଆ ଦୌଡ଼ରେ ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ତାରା ପ୍ରସାଦ ବାହିନୀପତି, ମହମ୍ମଦ ମୋକିମ୍‌ ଓ ସପ୍ତଗିରି ଉଲାକାଙ୍କ ନାମ ଚର୍ଚ୍ଚାରେ ରହିଛି। ତେବେ ଏଆଇସିସି କାହାକୁ ପିସିସି ସଭାପତି କରୁଛି ତାହା ଆଗାମି ଦିନରେ ଜଣାପଡ଼ିବ।

Leave A Reply

Your email address will not be published.