Odisha Link
Bridging the Missing Links in Odisha

ପ୍ୟାରିସ୍‌ ଅଲିମ୍ପିକ୍ସ: ଭାରତ ପାଇଁ ପ୍ରଥମ ପଦକ ଜିତିଲେ ମନୁ

ଓଏଲ୍‌ ବ୍ୟୁରୋ; ପ୍ୟାରିସ୍‌ ଅଲିମ୍ପିକ୍ସରେ ଭାରତ ପ୍ରଥମ ପଦକ ଜିତିଲେ ମନୁ ଭାକର। ପ୍ରଥମ ପଦକ ଜିତି ଇତିହାସ ରଚିଛନ୍ତି ମନୁ ଭାକର। ସେ ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ଭାରତ ପାଇଁ ବ୍ରୋଞ୍ଜ ପଦକ ହାତେଇଛନ୍ତି। ସେ ୨୨୧.୭ ପଏଣ୍ଟ ସ୍କୋର କରି ଏପରି ସଫଳତା ହାସଲ କରିଛନ୍ତି।

ମନୁ ଭାକର ପ୍ରଥମ ଭାରତୀୟ ମହିଳା ଶୁଟର ଭାବେ ଅଲିମ୍ପିକ୍ସରେ ପଦକ ଜିତିବାକୁ ସକ୍ଷମ ହୋଇଛନ୍ତି। ତାଙ୍କ ପୂର୍ବରୁ ୨୦୦୪ ଆଥେନ୍ସ ଅଲିମ୍ପିକ୍ସରେ ସୁମା ଶିରୁର ୧୦ ମିଟର ଏୟାର ରାଇଫଲ ଇଭେଣ୍ଟର ଫାଇନାଲରେ ପ୍ରବେଶ କରିଥିଲେ। କିନ୍ତୁ ସେ ପଦକ ଜିତି ପାରି ନଥିଲେ। ମନୁ ଭାକର ଭାରତ ପାଇଁ ବ୍ରୋଞ୍ଜ ପଦକ ଜିତିବାରେ ସକ୍ଷମ ହୋଇଛନ୍ତି। ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଓ ରୌପ୍ୟ ପଦକ ଦକ୍ଷିଣ କୋରିଆ ପାଖକୁ ଯାଇଛି। ସ୍ୱର୍ଣ୍ଣ ପଦକ ୱାଇ ଜେ ଓହ ଜିତିଥିବା ବେଳେ କିମ ରୌପ୍ୟ ପଦକ ପାଇଛନ୍ତି

Leave A Reply

Your email address will not be published.