ରାଜ୍ୟରେ ଚିନ୍ତା ବଢ଼ାଉଛି ଡେଙ୍ଗୁ, ହଜାରେ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା
![](https://www.odishalink.com/wp-content/uploads/2023/08/dengue-1-750x430.jpg)
ଓଏଲ୍ ବ୍ୟୁରୋ: ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ମୌସୁମୀ ବର୍ଷାରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ରାଜ୍ୟରେ ଡେଙ୍ଗୁ ସ୍ଥିତି ଉଦବେଗଜନକ। ରାଜ୍ୟରେ ଏଯାବତ୍ ମୋଟ ହଜାରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ଚିହ୍ନଟ ହୋଇଛି। ଗତକାଲି ସୁଦ୍ଧା ହଜାରେ ପାର କରିଛି ରୋଗୀଙ୍କ ସଂଖ୍ୟା। ଗତବର୍ଷ ଏହି ସମୟରେ ୬୦୦ ଡେଙ୍ଗୁ ରୋଗୀ ଥିଲେ। ଏବର୍ଷ ରୋଗୀଙ୍କ ସଂଖ୍ୟା ବଢ଼ି ୧୦୭୬ରେ ପହଞ୍ଚିଛି।
ଖୋର୍ଦ୍ଧାରେ ସର୍ବାଧିକ ୨୯୦, ସୁନ୍ଦରଗଡ଼ରେ ୨୧୦ ଚିହ୍ନଟ କରାଯାଇଛି। ଗତକାଲି ୨୦୯ ଜଣକ ସାମ୍ପୁଲରୁ ୧୯ ଜଣ ପଜିଟିଭ ଚି଼ହାତ ହୋଇଥିଲା। ଡେଙ୍ଗୁ ନେଇ ସତର୍କ ରହିବାକୁ ସଚେତନ କରାଇବା ସହ ଚିକିତ୍ସା ପାଇଁ ପଦକ୍ଷେପ ନେବାକୁ ସବୁ ଜିଲ୍ଲା ହସ୍ପିଟାଲରେ ଡେଙ୍ଗୁ ୱାର୍ଡ କରିବାକୁ ନିର୍ଦେଶ ଜାରି ହୋଇଛି। ସବୁ ବିଭାଗକୁ ସତର୍କ ରହିବା ସହ ମାର୍ଗଦର୍ଶିକା ଜାରି କରାଯାଇଛି। ମଶା ବଂଶ ବୃଦ୍ଧିକୁ ରୋକାଯିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦେଶ ଦିଆଯାଇଛି।