Odisha Link
Bridging the Missing Links in Odisha

ଆରମ୍ଭ ହେଲା ରତ୍ନଭଣ୍ଡାର ତଦାରଖ କମିଟିର ବୈଠକ, ଏଏସ୍ଆଇ ଅଧିକାରୀ ସାମିଲ

ଓଏଲ୍‌ ବ୍ୟୁରୋ: ଖୋଲିସାରିଛି ରତ୍ନଭଣ୍ଡାର ଆଉ ସ୍ଥାନାନ୍ତର ହୋଇସାରିଛି ଅଳଙ୍କାର। ଏସବୁ ଭିତରେ ରତ୍ନଭଣ୍ଡାର ଯାଞ୍ଚ ଓ ମରାମତି ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଥିବାବେଳେ ଆଜି ଶ୍ରୀମନ୍ଦିର ରତ୍ନଭଣ୍ଡାର ସ୍ୱତନ୍ତ୍ର ତଦାରଖ କମିଟି ବୈଠକ ଆରମ୍ଭ ହୋଇଛି। ରତ୍ନଭଣ୍ଡାର ତଦାରଖ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ତଦାରଖ କମିଟିର ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥଙ୍କ ଅଧକ୍ଷତାରେ ଅନୁଷ୍ଠିତ ହେଉଛି। ବୈଠକରେ ଏଏସଆଇ ଅଧିକାରୀଙ୍କ ସହ ଭିତର ରତ୍ନଭଣ୍ଡାର ମରାମତି ନେଇ ବିସ୍ତୃତ ଆଲୋଚନା କରାଯିବ। ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ, ରତ୍ନ ଭଣ୍ଡାର ଟିମର ସଦସ୍ୟଙ୍କ ସହ ଏଏସଆଇର ଉଚ୍ଚସ୍ତରୀୟ ଟିମ୍ ଉପସ୍ଥିତ ରହିଛନ୍ତି।

Leave A Reply

Your email address will not be published.