Odisha Link
Bridging the Missing Links in Odisha

ଗୃହରେ ବିରୋଧୀଙ୍କ ହଟ୍ଟଗୋଳ, ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବି

ଓଏଲ୍‌ ବ୍ୟୁରୋ: ବିଧାନସଭା ଅଧିବେଶନର ଆଜି ଷଷ୍ଠ ଦିନ। ଗୃହକାର୍ଯ୍ୟ ସୁରୁଖୁରୁରେ ଆରମ୍ଭ ହୋଇଥିବାବେଳେ ବିଭିନ୍ନ ଆଲୋଚନା ଜାରି ରହିଥିଲା। ଏସବୁ ଭିତରେ ଗୃହରେ ସ୍ବାଧିକାର ଭଙ୍ଗ ନୋଟିସ ଆଣିଥିଲା କଂଗ୍ରେସ। ଏହା ପରେ ଗୃହରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ କାରଣରୁ ୪ଟା ଯାଏଁ ଗୃହ ମୁଲତବି ଘୋଷଣା କରାଯାଇଛି। ସବୁ ନୋଟିସ ଉପରେ ଆଲୋଚନା କରି କହିବି ବୋଲି ବାଚସ୍ପତି କହିଛନ୍ତି। ବାଚସ୍ପତିଙ୍କ ବିବୃତି ପରେ କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ କାରଣରୁ ଗୃହ ମୁଲତବି ଘୋଷଣା କରାଯାଇଛି।

କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କ ସ୍ବାଧିକାର ଭଙ୍ଗ ନୋଟିସକୁ ବାଚସ୍ପତି ଗ୍ରହଣ କରିଛନ୍ତି। ଗୃହ ବାହାରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ କଂଗ୍ରେସ ବିଧାୟକ ତାରା ବାହିନୀପତି ବିରୋଧ କରିଛନ୍ତି। ଅଗ୍ନିବୀରଙ୍କ ପାଇଁ ସଂରକ୍ଷଣ ଘୋଷଣା କରିଛିନ୍ତି ମୁଖ୍ୟମନ୍ତ୍ରୀ। ଗୃହ ଚାଲିଥିବାବେଳେ ବାହାରେ କିପରି ଘୋଷଣା କଲେ ବୋଲି ସେ ପ୍ରଶ୍ନ କରିଛନ୍ତି। ଯାହାକୁ ନେଇ ବିଧାନ ସଭାରେ ଶାସକ-ବିରୋଧୀଙ୍କ ମଧ୍ୟରେ ବିବାଦ ଦେଖା ଦେଇଥିଲା ।

Leave A Reply

Your email address will not be published.