ଗଛକୁ ପିଟିଲା ଯାତ୍ରୀବାହି ବସ୍, ୧୩ ଆହତ
ଓଏଲ୍ ବ୍ୟୁରୋ: ଗଛକୁ ଧକ୍କା ଦେଲା ଯାତ୍ରୀବାହି ବସ୍। ଆଜି ସକାଳେ ବସ୍ତା-ବାଲିଆପାଳ ରାସ୍ତା ସିଂଲା ଥାନା ପୁଟୁଲା ଛକ ନିକଟରେ ହୋଇଛି ବସ୍ ଦୁର୍ଘଟଣା। ଏହି ଦୁର୍ଘଟଣାରେ ୧୩ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ବସ୍ଟି ଭାଙ୍ଗି ଯାଇଛି। ସମସ୍ତ ଆହତମାନଭ୍କୁ ନିକଟସ୍ଥ ବସ୍ତା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।
ମିଳିଥିବା ସୂଚନା ମୁତାବକ, ସାଗର ସମୀର ନାମକ ଏକ ଯାତ୍ରୀବାହି ବସ୍ ବାଲିଆପାଳରୁ ବାଲେଶ୍ବର ଅଭିମୁଖେ ଯାଉଥିଲା। ଏହି ବସ୍ରେ ୪୦ ଜଣ ଯାତ୍ରୀ ଥିଲେ। ପୁଟୁରା ଛକ ନିକଟରେ ବସ୍ଟି ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଏକ ଗଛକୁ ଧକ୍କା ଦେଇଥିଲା। ଫଳରେ ୧୩ ଜଣ ଆହତ ହୋଇଥିଲେ। ଏବେ ଦୁର୍ଘଟଣା ସ୍ଥଳରେ ପୁଲିସ ପହଁଞ୍ଚି ତଦନ୍ତ କରୁଥିବା ଜଣାପଡ଼ିଛି।