ବ୍ୟାଘ୍ର ଦିବସରେ ବଡ଼ ଖବର, ଶିମିଳିପାଳରେ ହେବ କଳାବାଘ ସଫାରୀ
![](https://www.odishalink.com/wp-content/uploads/2024/07/BLACK-TIGER.jpg)
ଓଏଲ୍ ବ୍ୟୁରୋ: ଆଜି ବିଶ୍ୱ ବାଘ ଦିବସ। ସଙ୍କଟରେ ପଡିଥିବା ବାଘଙ୍କର ବଂଶ ରକ୍ଷା ଲାଗି ସଚେତନତା ଦିବସ ଭାବେ ଆଜିର ଦିନକୁ ପାଳନ କରାଯାଉଛି। ୨୦୧୦ ମସିହା ଜୁଲାଇ ୨୯ ତାରିଖରେ ସେଂଟପିଟରର୍ସବର୍ଗ ସମିଟରେ ପ୍ରସ୍ତାବ ଗୃହିତ ହେବା ପରେ ବିଶ୍ୱବାସୀ ବାଘ ଦିବସ ପାଳନ କରିଆସୁଛନ୍ତି। ଏହି ଅବସରରେ ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ ଏକ ବଡ଼ ଘୋଷଣା କରିଛନ୍ତି। ଶିମିଳିପାଳରେ କଳାବାଘ ସଫାରୀ ପାଇଁ ଅନୁମତି ମିଳିଥିବା ସେ ସୂଚନା ଦେଇଛନ୍ତି।
ସେଣ୍ଟ୍ରାଲ ଜୁ ଅଥୋରିଟି (CZA)ରୁ ଶିମିଳିପାଳରେ କଳାବାଘ ସଫାରୀ ପାଇଁ ଅନୁମତି ମିଳିଛି। ବାରିପଦା ମଞ୍ଚିଆପଡ଼ାରେ ୧୦୦ ଏକର ଜାଗାରେ ସଫାରୀ ହେବ। ନନ୍ଦନକାନନରେ ଥିବା କଳା ଜିନ୍ ବାଘକୁ ସେଠାରେ ଛଡ଼ାଯିବ। ଚଳିତବର୍ଷ ଶେଷ ସୁଦ୍ଧା ଏହି ସଫାରୀ ପର୍ଯ୍ୟଟକଙ୍କ ପାଇଁ ଖୋଲାଯିବ ବୋଲି ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ କହିଛନ୍ତି।