Odisha Link
Bridging the Missing Links in Odisha

ଜଏଣ୍ଟ କମିଶନରଙ୍କ ଅମାପ ସଂପତି ଠାବ, ଭିଜିଲାନ୍ସ ଜାଲରେ ୩୦ରୁ ଅଧିକ ପ୍ଲଟ୍‌

ଓଏଲ୍‌ ବ୍ୟୁରୋ: ଭିଜିଲାନ୍ସ ଜାଲରେ ପୁଣି ଜଣେ କୁବେର ସରକାରୀ ବାବୁ। ଭିଜିଲାନ୍ସ ଜାଲରେ ପଡିଥିବା ସରକାରୀ ବାବୁ ଜଣକ ହେଉଛନ୍ତି ଭୁବନେଶ୍ବର ଅବକାରୀ ଜଏଣ୍ଟ କମିଶନର। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଅବକାରୀ ଜଏଣ୍ଟ କମିଶନର ରାମଚନ୍ଦ୍ର ମିଶ୍ରଙ୍କ ଘରେ ରେଡ୍‌ କରାଯାଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଏକସଙ୍ଗେ ୧୦ଟି ସ୍ଥାନରେ ଚଢ଼ାଉ କରୁଛନ୍ତି ଭିଜିଲାନ୍ସ ଟିମ୍‌। ଭୁବନେଶ୍ବର, ସୋନପୁର, ବଲାଙ୍ଗିର ଘର ସମେତ ତାଙ୍କ କାର୍ଯ୍ୟାଳୟରେ ମଧ୍ୟ ଭିଜିଲାନ୍ସ ଟିମ୍‌ ଚଢ଼ାଉ ଜାରି କରିଛି। ଅବକାରୀ ଜଏଣ୍ଟ କମିଶନର ରାମଚନ୍ଦ୍ର ମିଶ୍ରଙ୍କର ୩୦ରୁ ଅଧିକ ପ୍ଲଟ୍‌ ଠାବ ହୋଇଛି। ସତ୍ୟନଗରରେ ଏକ ଫ୍ଲାଟ, ସୋନପୁରରେ ଫାର୍ମ ହାଉସ ସମେତ ୨ କୋଟିରୁ ଊର୍ଦ୍ଧ୍ବ ଜମା ଠାବ ନେଇ ଭିଜିଲାନ୍ସ ଏସ୍‌ପି ସୂଚନା ଦେଇଛନ୍ତି।

Leave A Reply

Your email address will not be published.