ସାମ୍ବାଦିକା ମଧୁମିତା ମୃତ୍ୟୁ ମାମଲା: ସାମ୍ନାକୁ ଆସିଲା ପୋଷ୍ଟମର୍ଟମ ରିପୋର୍ଟ
![](https://www.odishalink.com/wp-content/uploads/2024/07/MADHUM.jpg)
ଓଏଲ୍ ବ୍ୟୁରୋ: ଭୁବନେଶ୍ବରରେ ମହିଳା ସାମ୍ବାଦିକା ମଧୁମିତାଙ୍କ ଆତ୍ମହତ୍ୟା ଘଟଣାର ଖୋଳତାଡ଼ ଜାରି ରହିଛି। ବର୍ତ୍ତମାନ ସାମ୍ବାଦିକା ମଧୁମିତାଙ୍କ ମୃତ୍ୟୁର ପୋଷ୍ଟମର୍ଟମ ରିପୋର୍ଟ ଆସିଯାଇଛି। ମଧୁମିତାଙ୍କ ଦେହରେ ଏକାଧିକ କ୍ଷତ ଥିବା ପୋଷ୍ଟମର୍ଟମରେ ଉଲ୍ଲେଖ ହୋଇଛି। ଟ୍ରେନ୍ ଆଗକୁ ଡେଇଁବା ପରେ ଘୋଷାଡ଼ି ହୋଇ କିଛି ସମୟ ବଞ୍ଚିଥିଲେ। ଏକାଧିକ କ୍ଷତ ଯୋଗୁଁ ମଧୁମିତାଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି।
ଅନ୍ୟପଟେ, ମହିଳା ସାମ୍ବାଦିକା ମଧୁମିତାଙ୍କ ଆତ୍ମହତ୍ୟା ଘଟଣାର ଖୋଳତାଡ଼ ଚାଲିଥିବାବେଳେ ବାୟୁସେନା ଅଧିକାରୀ ଏ ସମ୍ପର୍କିତ ତଥ୍ୟ ସଂଗ୍ରହ କରିଛନ୍ତି। ମଧୁମିତାଙ୍କ ସ୍ବାମୀ ତଥା ଗିରଫ ଅଭିଯୁକ୍ତ ଶ୍ରୀଧର ଜେନା ବାୟୁସେନାରେ ଚାକିରି କରିଥିବାରୁ କମିଶନରେଟ୍ ପୁଲିସ ପାଖରୁ ଶ୍ରୀଧରଙ୍କ କେସ୍ ସମ୍ପର୍କିତ ତଥ୍ୟ ନେଇଛନ୍ତି ଅଧିକାରୀ। ସ୍ବାମୀଙ୍କ ପରକୀୟା ପ୍ରୀତି ଯୋଗୁ ମଧୁମିତା ଆତ୍ମହତ୍ୟା କରିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ। ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ଶ୍ରୀଧରଙ୍କୁ ଧଉଳି ଥାନା ପୁଲିସ ଗିରଫ କରିଥିଲା।