Odisha Link
Bridging the Missing Links in Odisha

ଏବେବି ରାଜ୍ୟର ୧୦ ଜିଲ୍ଲାରେ ମାଓବାଦୀ ସକ୍ରିୟ

ଓଏଲ୍‌ ବ୍ୟୁରୋ: ବଜେଟ୍‌ ଅଧିବେଶନର ୬ଷ୍ଠ ଦିନରେ ରାଜ୍ୟରେ ମଓବାଦୀଙ୍କ କାର୍ଯ୍ୟକଳାପ ସମ୍ପର୍କିତ ପ୍ରଶ୍ନ କରିଥିଲେ ବିଜୁ ଜନତା ଦଳ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ। ଏହାର ଉତ୍ତର ରଖିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ରାଜ୍ୟରେ ମାଓବାଦୀଙ୍କ କାର୍ଯ୍ୟକଳାପ କମିଛି। ହେଲେ ଏବେବି ୧୦ଟି ଜିଲାରେ ସକ୍ରିୟ ରହିଛନ୍ତି ମାଓବାଦୀ। ସେସବୁ ଜିଲ୍ଲା ଗୁଡିକ ହେଲା କନ୍ଧମାଳ, ବୌଦ୍ଧ, କଳାହାଣ୍ଡି, ରାୟଗଡା, ନୂଆପଡା, ନବରଙ୍ଗପୁର, ବଲାଙ୍ଗିର, ବରଗଡ଼। ଏସବୁ ଜିଲାରେ ପରିସ୍ଥିତି ଆହ୍ୱାନତ୍ମକ ରହିଛି। ଅନ୍ୟ ଅଞ୍ଚଳରେ ମାଓବାଦୀଙ୍କ କାର୍ଯ୍ୟକଳାପ ନିୟନ୍ତ୍ରଣାଧୀନ ରହିଥିବା ମୁଖ୍ୟମନ୍ତ୍ରୀ ବିଧାନସଭାରେ କହିଛନ୍ତି।

Leave A Reply

Your email address will not be published.