Odisha Link
Bridging the Missing Links in Odisha

ଆଜି ଶ୍ରୀମନ୍ଦିର ରତ୍ନଭଣ୍ଡାର ସ୍ୱତନ୍ତ୍ର କମିଟି ବୈଠକ, ରତ୍ନଭଣ୍ଡାର ସ୍ଥିତି ନେଇ ହେବ ଆଲୋଚନା

ଓଏଲ୍‌ ବ୍ୟୁରୋ: ଖୋଲିସାରିଛି ରତ୍ନଭଣ୍ଡାର ଆଉ ସ୍ଥାନାନ୍ତର ହୋଇସାରିଛି ଅଳଙ୍କାର। ଏସବୁ ଭିତରେ ରତ୍ନଭଣ୍ଡାର ଯାଞ୍ଚ ଓ ମରାମତି ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଥିବାବେଳେ ଆଜି ଶ୍ରୀମନ୍ଦିର ରତ୍ନଭଣ୍ଡାର ସ୍ୱତନ୍ତ୍ର ତଦାରଖ କମିଟି ବୈଠକ ହେବ। ରତ୍ନଭଣ୍ଡାର ଯାଞ୍ଚ ଓ ମରାମତି ନେଇ ଏଏସଆଇ ସହ ବୈଠକ ହେବ। ରତ୍ନଭଣ୍ଡାର ସ୍ଥିତି ଓ ସ୍ଥାୟିତ୍ୱ ନେଇ ଏହି ବୈଠକରେ ଆଲୋଚନା ହେବ।

ସୂଚନା ଅନୁସାରେ, ଶ୍ରୀମନ୍ଦିରର ଭିତର ରତ୍ନଭଣ୍ଡାର ଖୋଲାଯାଇ ଅଳଙ୍କାର ସ୍ଥାନାନ୍ତର କରାଯାଇଛି। ବହୁ ଦିନର ଅପେକ୍ଷା ପରେ ଏହା ସମ୍ଭବ ହୋଇଛି। ଏଏସଆଇ ରତ୍ନଭଣ୍ଡାରର ମରାମତି ପରେ ଗଣତି ଆରମ୍ଭ କରାଯିବ। ଏନେଇ ଏଏସଆଇ କମିଟିକୁ ଲିଖିତ ଆକାରରେ ଜଣାଇବ। ମରାମତି ପରେ ସିନ୍ଦୁକ ଓ ଆଲମିରା ଭିତର ଭଣ୍ଡାରକୁ ନିଆଯିବ। ଭିତର ରତ୍ନଭଣ୍ଡାରରେ ଗଣତି ହେବ। ମଣତି ଗଣତି କାର୍ଯ୍ୟ ପାଇଁ ବୈଷୟିକ ଜ୍ଞାନ ବ୍ୟବହାର ହେବ। ଏଥିପାଇଁ କିଛି ବିଶେଷଜ୍ଞଙ୍କୁ ସାମିଲ କରାଯିବ ବୋଲି ରତ୍ନଭଣ୍ଡାର ଯାଞ୍ଚ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ ସୂଚନା ଦେଇଥିଲେ।

Leave A Reply

Your email address will not be published.