Odisha Link
Bridging the Missing Links in Odisha

“୧୩ ମାସରେ ୧୪୦ ଯୋଜନା ଆଣିଥିଲେ ପୂର୍ବ ସରକାର”

ଓଏଲ୍‌ ବ୍ୟୁରୋ: ବଜେଟ୍‌ ଅଧିବେଶନର ୬ଷ୍ଠ ଦିନରେ ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବିଧାୟକ ଅମର ନାୟକଙ୍କ ପ୍ରଶ୍ନର ଉତ୍ତର ଦେଇ ପୂର୍ବ ସରକାରର ମୁଖା ଖୋଲିଛନ୍ତି ମୋହନ ଚରଣ ମାଝୀ। ଗୋଟିଏ ବର୍ଷରେ ପୂର୍ବ ସରକାର ୧୪୦ଟି ଯୋଜନୋ ଆଣିଥିଲା ବୋଲି ଗୃହରେ ପ୍ରତିକ୍ରିୟା ରଖିଛନ୍ତି ମୋହନ ଚରଣ ମାଝୀ।

ଆଜି ଗୃହରେ ବଡ଼ଚଣା ବିଧାୟକ ଅମର କୁମାର ନାୟକ ନୂତନ ଯୋଜନା ଓ ବଜେଟ୍‌ ବ୍ୟବସ୍ଥା ପ୍ରସଙ୍ଗ ଉଠାଇ ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ। ଶ୍ରୀ ନାୟକ ଗୃହରେ ପ୍ରଶ୍ନ କରିଥିଲେ ଯେ ମୁଖ୍ୟମନ୍ତ୍ରୀ ଅନୁଗ୍ରହ କରି କହିବେ କି, ରାଜ୍ୟରେ ୨୦୨୩ ଜାନୁଆରୀ ଠାରୁ ୨୦୨୪ ଫେବୃୟାରୀ ପର୍ଯ୍ୟନ୍ତ ସରକାର କେଉଁ କେଉଁ ନୂତନ ଯୋଜନା ଓ ପ୍ରକଳ୍ପ ଘୋଷଣା କରିଥିବାବେଳେ ସେଥିପାଇଁ କେତେ ବଜେଟ୍‌ ହୋଇଛି ତାହାର ବିବରଣୀ ପ୍ରଦାନ କରିବେ କି ?

ଏହି ପ୍ରଶ୍ନର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ଗୋଟିଏ ବର୍ଷରେ ପୂର୍ବ ସରକାର ଆଣିଥିଲା ୧୪୦ଟି ଯୋଜନା। ବିନା ବଜେଟ୍ ବ୍ୟୟ ବରାଦରେ ଆରମ୍ଭ ହୋଇଥିଲା ସେହିସବୁ ଯୋଜନା। ଏପରିକି ଅନେକ ଯୋଜନା କେବଳ ଘୋଷଣାରେ ସୀମିତ ହୋଇ ରଖିଛନ୍ତି ତତ୍କାଳୀନ ସରକାର। ବଜେଟରେ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନାର ବ୍ୟୟ ବରାଦ ହୋଇନଥିଲା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

Leave A Reply

Your email address will not be published.