Odisha Link
Bridging the Missing Links in Odisha

ଗେମ୍ ଚେଞ୍ଜର ନୁହେଁ, ନେମ୍ ଚେଞ୍ଜର ବଜେଟ୍ : ନବୀନ ପଟ୍ଟନାୟକ

ଓଏଲ୍‌ ବ୍ୟୁରୋ: ବଜେଟ୍‌ ଅଧିବେଶନରେ ମୋହନ ସରକାର ଯେଉଁ ବଜେଟ୍‌ ଉପସ୍ଥାପନା କରିଥିଲେ, ତାକୁ ନେଇ ବଡ଼ ବୟାନ ଦେଇଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଭାରତୀୟ ଜନତାପାର୍ଟିକୁ ମଧ୍ୟ ଟାର୍ଗେଟ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।

ବଜେଟ୍‌ ଆଲୋଚନା ବେଳେ ବିଜେପି ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ସେ କହିଛନ୍ତି ଏଥର ବଜେଟ୍‌ ଗେମ ଚେଞ୍ଜର ବୋଲି କହୁଛନ୍ତି ବିଜେପି ସରକାର। ବାସ୍ତବରେ ତାହା ନେମ୍‌ ଚେଞ୍ଜର। ବିଜେଡି ସରକାରର ୮୦ ପ୍ରତିଶତରୁ ଅଧିକ ଯୋଜନା ଆପଣେଇଛନ୍ତି ନୂଆ ସରକାର। ବାକି ୨୦ % ସରକାର ପ୍ରତିଶ୍ରୁତି ଉପରେ କହୁଛନ୍ତି ବୋଲି ନବୀନ ପଟ୍ଟନାୟକ କହିଛନ୍ତି। ସେ ଆହୁରି କହିଛନ୍ତି, ସୁଭଦ୍ରା ପାଇଁ ୧ ଲକ୍ଷ କୋଟି ଦରକାର। ହେଲେ ବଜେଟରେ ରାଜ୍ୟ ସରକାର ରଖିଛନ୍ତି ୧୦ ହଜାର କୋଟି।

Leave A Reply

Your email address will not be published.