Odisha Link
Bridging the Missing Links in Odisha

ପ୍ୟାରିସ୍‌ ଅଲିମ୍ପିକ୍ସ: ତୃତୀୟ ଦିନରେ ଭାରତର ପଦକ ଆଶା, ୩ଟି ଇଭେଣ୍ଟ ଉପରେ ନଜର

ଓଏଲ୍‌ ବ୍ୟୁରୋ: ପ୍ୟାରିସ୍‌ ଅଲିମ୍ପିକ୍ସ ୨୦୨୪ର ତୃତୀୟ ଦିନରେ ବି ଭାରତୀୟ ଖେଳାଳି କମାଲ କରିବାକୁ ଯାଉଛନ୍ତି। ଆଜି ଭାରତ ୩ଟି ପଦକ ଜିତିବାର ସମ୍ଭାବନା ରହିଛି। ବ୍ୟକ୍ତିଗତ ଇଭେଣ୍ଟରେ ଦୁଇଟି ପଦକ ଓ ଟିମ୍ ଇଭେଣ୍ଟରେ ଗୋଟିଏ ପଦକ ଆଜି ନିଜ ନାମରେ କରିପାରେ ଭାରତ । ବ୍ୟକ୍ତିଗତ ଇଭେଣ୍ଟରେ ଦୁଇଟି ମେଡାଲ ସୁଟିଂରୁ ଆସିପାରେ ଓ ଟିମ୍‌ ଇଭେଣ୍ଟରେ ତୀରନ୍ଦାଜୀରେ ଆଉ ଏକ ମେଡାଲ ଜିତିପାରେ ଭାରତ।

ଆଜି ସୁଟିଂରେ ମିତା ଜିନ୍ଦଲ ଏବଂ ଅର୍ଜୁନ ବାବୁତା ମେଡାଲ ତାଲିକାରେ ନିଜ ନାମ ରଖିବାକୁ ଚେଷ୍ଟା କରିବେ। ରବିବାର ରମିତା ମହିଳା ୧୦ ମିଟର ଏୟାର ରାଇଫଲ ଯୋଗ୍ୟତା ରାଉଣ୍ଡରେ ପଞ୍ଚମ ସ୍ଥାନରେ ରହିଥିଲେ। ସେହିପରି ପୁରୁଷ ୧୦ ମିଟର ଏୟାର ରାଇଫଲ ଯୋଗ୍ୟତା ରାଉଣ୍ଡରେ ଅର୍ଜୁନ ବାବୁତା ସପ୍ତମ ସ୍ଥାନରେ ରହିଛନ୍ତି । ଯୋଗ୍ୟତା ପର୍ଯ୍ୟାୟରୁ ମୋଟ ୮ ଖେଳାଳି ଫାଇନାଲରେ ସ୍ଥାନ ପାଇଛନ୍ତି। ଆଜି ଅପରାହ୍ମ ୧ଟାରେ ରମିତା ଜିନ୍ଦଲ ଏବଂ ଅର୍ଜୁନ ବାବୁତା ଅପରାହ୍ନ ୩:୩୦ରେ ଫାଇନାଲରେ ନଜର ଆସିବେ।

ସେହିପରି ବ୍ୟାଡମିଣ୍ଟନରେ ଏସ. ରାଙ୍କିରେଡ୍ଡୀ-ଚିରାଗ ସେଠୀ ସୁଟିଂର ଯୋଗ୍ୟତା ପର୍ୟ୍ୟାୟରେ ମନୁ ଭାକର, ସରବଜୋତ ସିଂହ, ରିଦିମ୍ ସାଙ୍ଗୱାନ ଓ ଅର୍ଜୁନ ସିଂ ଚିମାଙ୍କ ପ୍ରଦର୍ଶନ ଉପରେ ରହିବ ନଜର।

ପ୍ୟାରିସ୍‌ ଅଲମ୍ପିକ୍ସରେ ଆଜି ଭାରତୀୟଙ୍କ କ୍ରୀଡ଼ାସୂଚୀ:
ସୁଟିଂ:
ମଧ୍ୟାହ୍ନ ୧୨.୪୫: ୧୦ ମିଟର ଏୟାର ପିସ୍ତଲ ମିଶ୍ରିତ (ଯୋଗ୍ୟତା ପର୍ଯ୍ୟାୟ) –ମନୁ ଭାକର, ସରବଜୋତ ସିଂହ,ରିଦିମ୍‌ ସାଙ୍ଗୱାନ, ଅର୍ଜୁନ ସିଂହ ଚିମା।
ଅପରାହ୍ନ ୧.୦୦: ପୁରୁଷ ଟ୍ରାପ୍‌ (ଯୋଗ୍ୟତା ପର୍ଯ୍ୟାୟ) –ପୃଥ୍ୱୀରାଜ ତୋଣ୍ଡାଇମାନ
ଅପରାହ୍ନ ୧.୦୦: ମହିଳା ୧୦ ମିଟର ଏୟାର ରାଇଫଲ (ଫାଇନାଲ୍) – ରମିତା ଜିନ୍ଦଲ
ଅପରାହ୍ନ ୩.୩୦: ୧୦ ମିଟର ଏୟାର ରାଇଫଲ (ଫାଇନାଲ୍‌) –ଅର୍ଜୁନ ବାବୁତା

ଟେନିସ୍:
ଅପରାହ୍ମ ୩.୩୦: ପୁରୁଷ ଯୁଗଳ (ଦ୍ୱିତୀୟ ରାଉଣ୍ଡ- ଯଦି ଯୋଗ୍ୟ) – ରୋହନ ବୋପାନ୍ନା-ଏନ୍‌ ଶ୍ରୀରାମ ବାଲାଜୀ

ଟେବୁଲ ଟେନିସ୍:
ଅପରାହ୍ମ ୧.୩୦: ମହିଳା ଏକକ (ରାଉଣ୍ଡ-୩୨) – ଶ୍ରୀଜା ଆକୁଲା ବନାମ ଜିଆନ ଜେଙ୍ଗ୍‌ (ସିଙ୍ଗାପୁର)

ହକି:
ଅପରାହ୍ମ ୫.୩୦: ପୁରୁଷ ଦଳ (ଗ୍ରୁପ୍‌ ପର୍ଯ୍ୟାୟ) – ଭାରତ-ଆର୍ଜେଣ୍ଟିନା

ତୀରନ୍ଦାଜୀ:
ସନ୍ଧ୍ୟା ୬.୩୧: ପୁରୁଷ ରିଜର୍ଭ ଦଳଗତ (କ୍ୱାର୍ଟର ଫାଇନାଲ) – ତୁରଣଦୀପ ରାଏ, ଧୀରଜ ବୋମାଦେବାରା, ପ୍ରବୀଣ ଯାଦବ

ବ୍ୟାଡମିଣ୍ଟନ୍‌:
ମଧ୍ୟାହ୍ନ ୧୨.୦୦: ପୁରୁଷ ଯୁଗଳ (ଗ୍ରୁପ୍‌ ପର୍ଯ୍ୟାୟ)- ଏସ୍‌ ରାଙ୍କିରେଡ୍ଡୀ-ଚିରାଗ ସେଟ୍ଟୀ
ମଧ୍ୟାହ୍ନ ୧୨.୫୦: ମହିଳା ଯୁଗଳ (ଗ୍ରୁପ୍‌ ପର୍ଯ୍ୟାୟ) –ଅଶ୍ୱିନୀ ପୋନ୍ନାପା-ତନୀଶା କ୍ରାଷ୍ଟୋ
ଅପରାହ୍ନ ୫.୩୦: ପୁରୁଷ ଏକକ (ଗ୍ରୁପ୍‌ ପର୍ଯ୍ୟାୟ) –ଲକ୍ଷ୍ୟ ସେନ୍‌ ବନାମ ଜୁଲିଏନ୍‌ ଜାରାଗ (ବେଲଜିୟମ୍)

Leave A Reply

Your email address will not be published.