ରତ୍ନଭଣ୍ଡାର ତଦାରଖ କମିଟି ବୈଠକ ଶେଷ, ବଡ଼ ସୂଚନା ଦେଲେ କମିଟି ଅଧ୍ୟକ୍ଷ
![](https://www.odishalink.com/wp-content/uploads/2024/07/ratna-750x430.jpg)
ଓଏଲ୍ ବ୍ୟୁରୋ: ଖୋଲିସାରିଛି ରତ୍ନଭଣ୍ଡାର ଆଉ ସ୍ଥାନାନ୍ତର ହୋଇସାରିଛି ଅଳଙ୍କାର। ଏସବୁ ଭିତରେ ରତ୍ନଭଣ୍ଡାର ଯାଞ୍ଚ ଓ ମରାମତି ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଥିବାବେଳେ ଆଜି ଶ୍ରୀମନ୍ଦିର ରତ୍ନଭଣ୍ଡାର ସ୍ୱତନ୍ତ୍ର ତଦାରଖ କମିଟି ବୈଠକ ଶେଷ ହୋଇଛି। ଏହା ପରେ ଯାଞ୍ଚ କମିଟି ଅଧ୍ୟକ୍ଷ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଆଉ ଥରେ ଭିତର ରତ୍ନଭଣ୍ଡାର ଯାଞ୍ଚ ହେବ। ପୁଣି ରତ୍ନଭଣ୍ଡାର ଯାଞ୍ଚ ପାଇଁ ସରକାର ଏସଓପି ଆଣିବେ।
ରତ୍ନଭଣ୍ଡାରରେ ଗୁପ୍ତ ସମ୍ପତ୍ତି ଅଛି କି ନାହିଁ ଖୋଜିବୁ। ଗୁପ୍ତ ସମ୍ପତ୍ତି ଠାବ ପାଇଁ ଆଧୁନିକ ଜ୍ଞାନକୌଶଳ ବ୍ୟବହାର ହେବ। ଆଲମିରା ଖାଲି ହେଲେ ଗୁପ୍ତ ସମ୍ପତ୍ତି ଅଛି କି ଖୋଜିବୁ। ମନ୍ଦିର ପ୍ରଶାସନ ଖାଲି ସିନ୍ଦୁକ ପାଇଁ ରୁମ୍ ବାଛିବେ। ଖାଲି ସିନ୍ଦୁକ ଓ ଆଲମିରାକୁ ନିର୍ଦ୍ଧାରିତ ରୁମ୍ରେ ରଖାଯିବ। ମରାମତି ସରିଲେ ଅଳଙ୍କାର ଗଣତି ଓ ମଣତି କରାଯିବ ବୋଲି ଜଷ୍ଟିସ ପଶାୟତ ସୂଚନା ଦେଇଛନ୍ତି।