Odisha Link
Bridging the Missing Links in Odisha

ସଡ଼କ ଯୋଜନାରେ ଅବ୍ୟବସ୍ଥା, ୮୩୦୦ ଗାଁକୁ ନାହିଁ ପକ୍କା ରାସ୍ତା

ଓଏଲ୍ ବ୍ୟୁରୋ: ରାଜ୍ୟ ବଜେଟ୍‌ ଅଧିବେଶନର ସପ୍ତମ ଦିନ। ଏହି ଅବସରରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଗୃହ ସରଗରମ ରହିଥିବାବେଳେ ସଡ଼କ ଯୋଜନାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ରାଜ୍ୟର ୮୩୦୦ଟି ଗାଁକୁ ନାହିଁ ସବୁଦିନିଆ ପକ୍କା ରାସ୍ତା ନଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି। ରାଜ୍ୟର ୫୯,୯୭୧ ଗାଁରୁ ୫୧,୬୭୧ଟି ଗାଁକୁ ସବୁଦିନିଆ ରାସ୍ତା ରହିଛି। ଅସଂଯୋଜିତ ୧୨୨୬ଟି ଗାଁରୁ ୧୨୨୬ ଗାଁକୁ ପକ୍କା ରାସ୍ତା ସଂଯୋଗ ହୋଇଛି।

ଅନ୍ୟପଟେ, ଜାଗା ମିଶନ ଯୋଜନାକୁ ସବୁଜ ସଂକେତ ମିଳିଛି। ବସ୍ତିବାସିନ୍ଦାଙ୍କୁ ଜାଗା ମିଶନ ଯୋଜନାରେ ୨,୫୪,୬୭୨ ହିତାଧିକାରୀଙ୍କୁ ଭୂମି ପ୍ରମାଣ ପତ୍ର ଯୋଗାଇ ଦେବାକୁ ଅନୁମୋଦନ ମିଳିଛି। ବିଧାନସଭାରେ ବିଜେପି ବିଧାୟକ ମାନସ ଦତ୍ତଙ୍କ ପ୍ରଶ୍ନରେ ଉତ୍ତର ରଖି ପଞ୍ଚୟତିରାଜ ମନ୍ତ୍ରୀ ରବି ନାୟକ କହିଛନ୍ତି, ୨୦୧୬ରୁ ୨୦୨୪ ମଧ୍ୟରେ ତତ୍କାଳୀନ ସରକାର ଯୋଗ୍ୟ ହିତାଧିକାରୀଙ୍କ ତାଲିକା ଦେଇନାହାନ୍ତି। ଫଳରେ ୬ ଲକ୍ଷ ୫୬ ହଜାର ୯୪୫ ପକ୍କା ଘର ଫେରି ଯାଇଛି। ୨୦୧୪ରୁ ବର୍ତ୍ତମାନ ସୁଦ୍ଧା ୩୬ ଲକ୍ଷ ୫୭ ହଜାର ୮୪୭ ପକ୍କା ଘର ନିର୍ମାଣ ଶେଷ ହୋଇଥିବା ବେଳେ ୫ ଲକ୍ଷ ୨୭ ହଜାର ୬୦୪ ଗୃହ ନିର୍ମାଣଧୀନ ରହିଛି।

Leave A Reply

Your email address will not be published.