Odisha Link
Bridging the Missing Links in Odisha

ପୁଣି ଏକ ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ, ସ୍ଥିତି ଅନୁଧ୍ୟାନ କଲେ ରେଳ ଅଧିକାରୀ

ଓଏଲ୍ ବ୍ୟୁରୋ: ସମ୍ବଲପୁର ସରଲା ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ ହୋଇଛି। ସରଲାଠାରେ ଏକ ଖାଲି ଥିବା ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି। ଅପରାହ୍ନ ୨ଟା ୨୬ ସମୟରେ ମାଲଗାଡିର ଗୋଟିଏ ୱାଗନ ଲାଇନଚ୍ୟୁତ ହୋଇଛି।ଘଟଣା ପରେ ଘଟଣାସ୍ଥଳରେ ସମ୍ବଲପୁର ଏଡିଡିଆରଏମ ଆନନ୍ଦ ସିଂ ନିଜେ ପହଂଚି ତଦାରଖ କରୁଛନ୍ତି। ରେଗୁଲାର ଲାଇନରେ ଘଟିନି ଏକଜାମିନ ଲାଇନରେ ଦୁର୍ଘଟଣା ଘଟିଛି। ତଦନ୍ତ ପରେ କାରଣ ସାମ୍ନାକୁ ଆସିବ ଏବଂ ଟ୍ରେନ ଚଳାଚଳରେ ବାଧାପ୍ରାପ୍ତ ହୋଇନଥିବା ଏଡିଡିଆରଏମ ଆନନ୍ଦ ସିଂ ସୂଚନା ଦେଇଛନ୍ତି।

Leave A Reply

Your email address will not be published.