ବନ୍ଦ ହେବନି ମୁକ୍ତା ଯୋଜନା: ମନ୍ତ୍ରୀ
ଓଏଲ୍ ବ୍ୟୁରୋ: ରାଜ୍ୟ ବଜେଟ୍ ଅଧିବେଶନର ସପ୍ତମ ଦିନ। ଏହି ଅବସରରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଗୃହ ସରଗରମ ରହିଥିବାବେଳେ ରାଜ୍ୟରେ ମୁକ୍ତା ଯୋଜନାକୁ ନେଇ ନଗର ଉନ୍ନୟନ ମନ୍ତ୍ରୀ ଉତ୍ତର ରଖିଛନ୍ତି। ସେ କହିଛନ୍ତି, ପୂର୍ବ ସରକାରଙ୍କ ସମୟରେ ଆରମ୍ଭ ହୋଇଥିବା ମୁକ୍ତା ଯୋଜନା ବନ୍ଦ ହେବନି। ପ୍ରକଳ୍ପ ବନ୍ଦ କରିବାକୁ କୌଣସି ନିର୍ଦ୍ଦେଶନାମା ନଥିବା ନେଇ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି।
ଅନ୍ୟପଟେ, ରାଜ୍ୟରେ ପକ୍କାଘର ଆବଣ୍ଟନ ନେଇ ପଞ୍ଚାୟତିରାଜ ମନ୍ତ୍ରୀ ଏକ ବଡ ତଥ୍ୟ ଦେଇଛନ୍ତି। ରାଜ୍ୟରେ ପକ୍କାଘର ଆବଣ୍ଟନ ନେଇ ପଞ୍ଚାୟତିରାଜ ମନ୍ତ୍ରୀ ଗୃହରେ ଉତ୍ତର ରଖି କହିଛନ୍ତି। ସେ କହିଛନ୍ତି, ଯୋଗ୍ୟ ହିତାଧିକାରୀ ତାଲିକା ଅଭାବରୁ ୬,୫୬,୯୪୫ ପକ୍କା ଘର ଫେରିଯାଇଛି। ପୂର୍ବ ସରକାର ଯୋଗ୍ୟ ହିତାଧିକାରୀଙ୍କ ତାଲିକା ଦେଇ ନପାରିବାରୁ ଫେରିଯାଇଥିବା ମନ୍ତ୍ରୀ କହିଛନ୍ତି। ବର୍ତ୍ତମାନ ସୁଦ୍ଧା କେନ୍ଦ୍ର ଓଡିଶାକୁ ୪୨,୧୮,୩୬୪ଟି ପକ୍କା ଘର ଯୋଗାଇ ଦେଇଛି। ୧,୨୬,୭୧୯ଟି ପରିବାର ଆବାସ ପାଇଁ ଆବେଦନ କରି ଅପେକ୍ଷାରେ ଅଛନ୍ତି ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ଗୃହରେ ଉତ୍ତର ରଖି କହିଛନ୍ତି।