Odisha Link
Bridging the Missing Links in Odisha

ହାୱଡ଼ା-ମୁମ୍ବାଇ ଟ୍ରେନ୍ ଟ୍ରାଜେଡି: ୨ ଓଡ଼ିଆଙ୍କ ମୃତ୍ୟୁ, ଶୋକ ପ୍ରକାଶ କଲେ ନବୀନ

ଓଏଲ୍ ବ୍ୟୁରୋ: ପୁଣି ରେଳ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି। ଝାଡଖଣ୍ଡର ଚକ୍ରଧରପୁରରେ ଏକ ବଡ଼ ଟ୍ରେନ୍ ଦୁର୍ଘଟଣା ଘଟିଛି। ଏଠାରେ ହାୱଡାରୁ ମୁମ୍ବାଇ ଯାଉଥିବା 12810 Howrah-CSMT ମେଲର ଅନେକ କୋଚ୍ ଅଲଗା ହୋଇଯାଇଛି। କୁହାଯାଉଛି ଯେ ଦୁର୍ଘଟଣାର କାରଣ ହେଉଛି ଦୁଇ ଦିନ ପୂର୍ବେ ଏଠାରେ ଏକ ସାମଗ୍ରୀ ଟ୍ରେନ୍ ଚଳାଚଳ କରିଥିଲା, ଯାହାର ୱାଗନ୍ ଟ୍ରାକରେ ଥିଲା। ବିଳମ୍ବିତ ରାତିରେ ଏହି ଅଭାବନୀୟ ଘଟଣା ଘଟିଛି।

ହାୱଡ଼ା-ମୁମ୍ବାଇ ଟ୍ରେନ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ମୃତକଙ୍କ ପରିଚୟ ମିଳିଛି। ଦୁଇ ଜଣଙ୍କ ମୃତ୍ୟୁ ନେଇ ପରିବାର ପକ୍ଷରୁ ସୂଚନା ମିଳିଛି। ୨ ଯାତ୍ରୀ ରାଉରକେଲାର ହୋଇଥିବାବେଳେ ଜଣେ ମାଲଗୋଦାମ ଅଞ୍ଚଳର ଓ ଅନ୍ୟ ଜଣେ ରେଲୱେ କଲୋନୀର। ଝାଡ଼ଖଣ୍ଡର ରାଜଖରସୁଆଁରେ ୧୮ଟି ବଗି ଲାଇନଚ୍ୟୁତ ହେବାରୁ ମୃତ୍ୟୁ ହୋଇଛି। ଏକ ମାଲବାହୀ ଗାଡ଼ିକୁ ଧକ୍କା ଦେଇ ଟ୍ରେନ୍‌ ଲାଇନଚ୍ୟୁତ ହୋଇଥିଲା।

ଝାଡ଼ଖଣ୍ଡରେ ମୁମ୍ବାଇ-ହାଓ୍ବଡା ଟ୍ରେନ ଲାଇନଚ୍ୟୁତ ଘଟଣାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି। ଶୋକ ପ୍ରକାଶ କରି ସେ ନିଜ ଟ୍ୱିଟ ମାଧ୍ୟମରେ ଲେଖିଛନ୍ତି, ଓଡ଼ିଶାର ଦୁଇ ଜଣଙ୍କ ପ୍ରାଣହାନୀ ହୋଇଥିବା ବିଷୟରେ ଜାଣି ମୁଁ ଦୁଃଖିତ। ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଅମର ଆତ୍ମାର ସଦଗତି କାମନା ସହ ଏପରି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଉଛି।

ଅନ୍ୟପଟେ, ଝାଡ଼ଖଣ୍ଡ ଟ୍ରେନ୍ ଟ୍ରାଜେଡିରେ ଦକ୍ଷିଣ ପୂର୍ବ ରେଳପଥ ସହାୟତା ରାଶି ଘୋଷଣା କରିଛି। ରାଉରକେଲାର ୨ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କରାଯାଇଛି। ଗୁରୁତରଙ୍କୁ ୫ ଲକ୍ଷ ଓ ୮ ସାମାନ୍ୟ ଆହତଙ୍କୁ ଲକ୍ଷେ ଲେଖାଏଁ ସହାୟତା ରାଶି ଘୋଷଣା କରାଯାଇଛି।

ଦୁର୍ଘଟଣା ପରେ ରେଳବାଇ ଦ୍ୱାରା ହେଲ୍ପଲାଇନ ନମ୍ବର ମଧ୍ୟ ଜାରି କରାଯାଇଛି। ହାୱଡ଼ା-ମୁମ୍ବାଇ ଏକ୍ସପ୍ରେସ୍‌ ଲାଇନଚ୍ୟୁତ ପରେ ୩ ଟ୍ରେନ୍ ବାତିଲ୍ ହୋଇଛି। ହାୱଡ଼ା-ଟିଟିଲାଗଡ଼-କଣ୍ଟାବାଞ୍ଜି ଇସ୍ପାତ ଏକ୍ସପ୍ରେସ ବାତିଲ୍। ଖଡଗପୁର-ଧାନବାଦ, ହାୱାଡ଼ା-ଭୁବନେଶ୍ବର-ହାୱଡ଼ା ଜନଶତାବ୍ଦୀ ବାତିଲ। ୩ଟି ଟ୍ରେନ୍ ସ୍ବଳ୍ପ ବାତିଲ୍ ଓ ୮ଟି ଟ୍ରେନ୍‌ର ଗତିପଥ ବଦଳିଲା।

Leave A Reply

Your email address will not be published.