Odisha Link
Bridging the Missing Links in Odisha

ନନ୍ଦନକାନନକୁ ଆସିଲା ନୂଆ ଅତିଥି, ମାଆ ହେଲା ମୌସୁମୀ

ଓଏଲ୍‌ ବ୍ୟୁରୋ: ଜୁଲାଇ ୨୯ ତାରିଖରେ ଅର୍ନ୍ତଜାତୀୟ ବାଘ ଦିବସ ଅବସରରେ ନନ୍ଦନକାନନକୁ ନୂଆ ଅତିଥି ଆସିଥିବା ଜଣା ପଡିଛି। ନନ୍ଦନକାନନରେ ଥିବା ଧଳା ବାଘୁଣୀ ମୌସୁମୀ ମାଆ ହୋଇଥିବା ଜଣା ପଡିଛି। ଉଭୟ ମାଆ ଓ ଛୁଆକୁ ସିସିଟିଭି ନଜରରେ ରଖାଯାଇଛି। ୨୦୧୬ରେ ନନ୍ଦନକାନନରେ ଜନ୍ମ ହୋଇଥିଲା ବାଘୁଣୀ ମୌସୁମୀ। ୮ ବର୍ଷ ବୟସରେ ମାଆ ହେବାର ସୌଭାଗ୍ୟ ପାଇଛି ନନ୍ଦନକାନନରେ ଥିବା ଧଳା ବାଘୁଣୀ ମୌସୁମୀ। ଦେଶରେ ବାଘ ସଂଖ୍ୟା କମୁଥିବା ନଜର ଆସୁଥିବାବେଳେ ନନ୍ଦନକାନନର ନୂଆ ଅତିଥି ଖୁସି ଆଣିଦେଇଛି।

Leave A Reply

Your email address will not be published.