Odisha Link
Bridging the Missing Links in Odisha

ପ୍ୟାରିସ୍‌ ଅଲିମ୍ପକ୍ସ: ମନୁ ଭାକର-ସରବୋଜିତଙ୍କଠୁ ପଦକ ଆଶା, ଜାଣନ୍ତୁ ୪ର୍ଥ ଦିନରେ ଭାରତର ଖେଳସୂଚୀ

ଓଏଲ୍‌ ବ୍ୟୁରୋ: ଖେଳର ବଡ଼ ମହାକୁମ୍ଭ ଅଲିମ୍ପିକ୍ସର ଆଜି ୪ର୍ଥ ଦିନ । ଦ୍ବିତୀୟ ଦିନରେ ପଦକ ଖାତା ଖୋଲିଥିଲେ ବି ତୃତୀୟ ଦିନରେ ଖାତା ଖୋଲି ପାରି ନାହିଁ। ଶୁଟିଂରେ ମନୁ ଭାକର କାଂସ୍ୟ ପଦକ ଜିତିଥିଲେ। ଆଜି ୪ର୍ଥ ଦିନରେ ମନୁଙ୍କ ପାଖରେ ଆଉ ଏକ ମୌକା ଅଛି ପଦକ ଜିତିବାକୁ। ମନୁ ଭାକର ଓ ସରବୋଜତ ସିଂହ ଯୋଡ଼ି ଶୁଟିଂର ମିକ୍ସଡ ଇଭେଣ୍ଟରେ ଆଜି ବ୍ରୋଞ୍ଜ ପଦକ ମ୍ୟାଚ୍‌ ଖେଳିବେ।

ମନୁ ଭାକର ଓ ସରବୋଜତ ସିଂହ ଯୋଡ଼ି ୧୦ ମିଟର ଏୟାର ପିସ୍ତଲ ମିକ୍ଡ ଟିମ୍‌ ବ୍ରୋଞ୍ଜ ପଦକ ପାଇଁ ଆଜି ମୈଦାନକୁ ଓହ୍ଲାଇବେ। ଏଥିସହିତ ଆଜି ବ୍ୟାଡମିଣ୍ଟନ ଯୋଡ଼ି ସ୍ବାତିକସାଇରାଜ ଓ ଚିରାଗ ସେଟ୍ଟିଙ୍କ ମ୍ୟାଚ୍‌ ମଧ୍ୟ ରହିଛି।

ପ୍ୟାରିସ୍‌ ଅଲମ୍ପିକ୍ସରେ ଆଜି ଭାରତୀୟଙ୍କ କ୍ରୀଡ଼ାସୂଚୀ:

ଅପରାହ୍ନ ୧୨.୩୦ : ଟ୍ରେପ ମହିଳା କ୍ବାଲିଫିକେଶନ୍‌: ଶ୍ରେୟସୀ ସିଂହ ଓ ରାଜେଶ୍ବରୀ କୁମାରୀ
ଅପରାହ୍ନ ୧୨.୩୦: ଟ୍ରେପ ପୁରୁଷ କ୍ବାଲିଫିକେଶନ୍‌ : ପୃଥ୍ବୀରାଜ
ଅପରାହ୍ନ ୧: ୧୦ ମିଟର ଏୟାର ପିସ୍ତଲ ମିକ୍ସଡ ବ୍ରୋଞ୍ଜ ପଦକ ମ୍ୟାଚ୍‌ : ଭାରତ (ମନୁ ଭାକର ଓ ସରବୋଜତ ସିଂହ) ବନାମ କୋରିଆ
ଅପରାହ୍ନ ୧.୪୦: ବଲରାଜ ପବାର (ରୋଇଂ ପୁରୁଷ ସିଙ୍ଗଲସ୍‌ ସ୍କଲସ୍‌ କ୍ବାର୍ଟର ଫାଇନାଲ)
ସଂନ୍ଧ୍ୟା ୪.୪୫: ହକି- ପୁରୁଷ ପୁଲ ବି ମ୍ୟାଚ୍‌ : ଭାରତ ବନାମ ଆୟରଲାଣ୍ଡ
ସଂନ୍ଧ୍ୟା ୫.୧୫: ତୀରନ୍ଦାଜ ବିଭାଗ: ମହିଳା ବ୍ୟକ୍ତିଗତ ୧/ ୩୨ ଏଲିମିନେଶନ ରାଉଣ୍ଡ- ଅଙ୍କିତା ଭକ୍ତ
ସଂନ୍ଧ୍ୟା ୫.୩୦: ତୀରନ୍ଦାଜ ବିଭାଗ: ମହିଳା ବ୍ୟକ୍ତିଗତ ୧/ ୩୨ ଏଲିମିନେଶନ ରାଉଣ୍ଡ – ଭଜନ କୌର
ସଂନ୍ଧ୍ୟା ୫.୩୦: ବ୍ୟାଡମିଣ୍ଟନ: ପୁରୁଷ ଡବଲ୍ସ ଗ୍ରୁପ୍‌ ଷ୍ଟେଜ: ସ୍ବସ୍ତିକ-ଚିରାଗ
ସଂନ୍ଧ୍ୟା ୬.୨୦: ବ୍ୟାଡମିଣ୍ଟନ: ମହିଳା ଡବଲ୍ସ ଗ୍ରୁପ୍‌ ଷ୍ଟେଜ: ତନିଷା କ୍ରାଷ୍ଟୋ-ଅଶ୍ବିନୀ ପୋନାପ୍ପା
ସଂନ୍ଧ୍ୟା ୭.୧୫: ବକ୍ସିଂ: ପୁରୁଷ ୫୧ କେଜି ଆର-୧୬ : ଅମିତ ପଂଘାଲ
ରାତି ୯.୨୪: ବକ୍ସିଂ: ମହିଳା ୫୭ କେଜଜି ଆର-୩୨ : ଜସ୍ମିନୀ
ରାତି ୧୧.୨୫: ତୀରନ୍ଦାଜି: ପୁରୁଷ ରିକର୍ଭ ବ୍ୟକ୍ତିଗତ ଆର-୩୨: ଧିରଜ

Leave A Reply

Your email address will not be published.