Odisha Link
Bridging the Missing Links in Odisha

ରଥରେ ଅଣସେବାୟତ ଘଟଣା: ସେବାୟତଙ୍କୁ କାରଣ ଦର୍ଶାଅ ନୋଟିସ୍

ଓଏଲ୍‌ ବ୍ୟୁରୋ: ଶେଷ ହୋଇଛି ଚଳିତବର୍ଷର ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଜନ୍ମବେଦୀରେ ଲୀଳାଖେଳା ସାରି ରତ୍ନବେଦୀରେ ବିରାଜମାନ କରିଛନ୍ତି ତିନି ଦିଅଁ। ହେଲେ ଏଯାଏଁ ଶେଷ ହୋଇନି ଅଣସେବାୟତ ବିବାଦ। ରଥରେ ଅନଧିକୃତ ବ୍ୟକ୍ତିଙ୍କୁ ଚଢ଼ାଇବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦଇତାପତି ସେବକଙ୍କୁ ନୋଟିସ ଜାରି ହୋଇଛି। ବାହୁଡ଼ାରେ ସୁଭଦ୍ରାଙ୍କ ରଥ ଉପରେ ଚଢ଼ିଥିଲେ ଅନଧିକୃତ ବ୍ୟକ୍ତି। ୭ଦିନ ଭିତରେ ଉତ୍ତର ଦେଇ ନପାରିଲେ କାର୍ଯ୍ୟାନୁଷ୍ଠାନ ହେବ। ଚୂଡ଼ାନ୍ତ ନିଷ୍ପତ୍ତି ନହେବା ଯାଏ ସେବାୟତଙ୍କ ପ୍ରାପ୍ୟ ସ୍ଥଗିତ ରଖାଯିବ।

ସୂଚନା ଅନୁସାରେ, ଦେବୀ ସୁଭଦ୍ରାଙ୍କ ରଥରେ ଦୁଇ ଅଣ ସେବାୟତ ଚଢିଥିଲେ। ସେବାୟତ ବେଶରେ ଦୁଇ ଜଣ ବ୍ୟକ୍ତି ଚଢିଥିବା ଅଭିଯୋଗ ହୋଇଥିଲା। ପହଣ୍ଡି ପୂର୍ବରୁ ଦୁହେଁ ରଥରେ ଚଢିଥିଲେ। ମାତ୍ର ଦୁହିଁଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଥରୁ ଓହ୍ଲାଇ ଦେଇଥିଲେ। ଅରବିନ୍ଦ ପାଢୀ ଅଣସେବାୟତଙ୍କ ହାତ ଧରି ରଥରୁ ଟାଣି ନେଇଥିଲେ। ସମ୍ପୃକ୍ତ ବ୍ୟକ୍ତିଙ୍କୁ ରଥରୁ ଓହ୍ଲାଇ ଦେବା ପରେ ତଦନ୍ତ ଆରମ୍ଭ ହୋଇଛି।

Leave A Reply

Your email address will not be published.