Odisha Link
Bridging the Missing Links in Odisha

ଖୋଲିଲା ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ, ନିଷ୍କାସନ ହେଲା ପ୍ରଥମ ବନ୍ୟା ଜଳ

ଓଏଲ୍ ବ୍ୟୁରୋ: ନୂଆପଡ଼ା ଜିଲ୍ଲା ଖଡିଆଳ ତିଖାଲି ଲୋୟର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପରୁ ପ୍ରଥମ ବନ୍ୟା ଜଳ ନିଷ୍କାସନ ହୋଇଛି। ଆଜି ଦୁଇଟି ଗେଟ୍ ଖୋଲି ଜଳ ନିଷ୍କାସନ କରାଯାଇଥିବା ବେଳେ ଗେଟ୍ ନମ୍ୱର୍ ୩ ଓ ୬ ଖୋଲିଥିବା ଜଣାପଡିଛି। ଜଳ ନିଷ୍କାସନ ବେଳେ ତିଖାଳି ଜଳ ସେଚନ ପ୍ରକଳ୍ପ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସଂଜୀବ ଜ୍ଞାନ ଭତ୍ରା, ଜିଲ୍ଲା ପ୍ରଶାସନ ପକ୍ଷ୍ ରୁ ଉପଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ, ଅଧିକ୍ଷଣ ଯନ୍ତ୍ରୀ ସୌମ୍ୟ ରଞ୍ଜନ ଜୟପୁରିଆ, ଖଡିଆଳ ବିଡ଼ିଓ ବିର ବେହେରା ପ୍ରମୁଖ ଉପସ୍ଥିତି ଥିଲେ।

ଅନ୍ୟ ଲଘୁଚାପ ହେବା ପୂର୍ବାନୁମାନ ଥିବାରୁ ଉଚ୍ଚ ସ୍ତରୀୟ ଅଧିକାରୀଙ୍କ ପରାମର୍ଶ କ୍ରମେ ଡ୍ୟାମରୁ ଜଳ ନିଷ୍କାସିତ ହେଉଅଛି। ବିଭାଗୀୟ ଅଧିକାରୀଙ୍କ ସୂଚନା ଅନୁଯାୟୀ ଡ୍ୟାମରୁ ପ୍ରତି ସେକେଣ୍ଡରେ ୯୮ କିୟୁବିକ ସେଟ୍ ଜଳ ନିଷ୍କାସନ ହେଉଥିବା ବେଳେ ଡ୍ୟାମ ଜଳରାଶିରେ ୨୬୩.୪୪ ମିଟର ଜଳ ରହିଛି। ଜଳ ରାଶିରେ ୨୭୧.୬୪୫ ମିଲିୟନ କିୟୁବିକ ମିଟର ଜଳ ରହିଛି।

Leave A Reply

Your email address will not be published.