Odisha Link
Bridging the Missing Links in Odisha

କମୁଛି ମୁଣ୍ଡଳୀ ଜଳସ୍ତର, ବନ୍ଦ ହେଲା ୨ଟି ହୀରାକୁଦ ଗେଟ୍

ଓଏଲ୍‌ ବ୍ୟୁରୋ: କଟକ ମୁଣ୍ଡଳୀରେ କମିଲା ମହାନଦୀର ଜଳସ୍ତର। ମୁଣ୍ଡଳୀ ବ୍ୟାରେଜ ଦେଇ ୪ ଲକ୍ଷ ୭୪ ହଜାର କ୍ୟୁସେକ ଜଳ ନିଷ୍କାସିତ ହେଉଛି। ରାତିରେ ୪ ଲକ୍ଷ ୮୫ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଥିଲା। ହୀରାକୁଦର ୨ଟି ଗେଟ ବନ୍ଦ ହୋଇଛି। ଏବେ ୧୮ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି।

ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୧ ଦଶମିକ ୮୫ ଫୁଟ ରହିଛି। ପ୍ରତି ସେକେଣ୍ଡେରେ ଜଳ ଭଣ୍ଡାରକୁ ପ୍ରବେଶ କରୁଛି ୧ ଲକ୍ଷ ୫୭ ୨୭୨ କ୍ୟୁସେକ୍ ଜଳ। ସେହିପରି ନିଷ୍କାସିତ ହେଉଛି ୩ ଲକ୍ଷ ୯ ହଜାର ୭୪୦ କ୍ୟୁସେକ୍ ଜଳ। ସେପଟେ ମୁଣ୍ଡଳିର ଜଳସ୍ତର କମିବାରେ ଲାଗିଛି। ପ୍ରତି ସେକେଣ୍ଡେରେ ୪ଲକ୍ଷ ୮୦ ହଜାର ୨୭ କ୍ୟୁସେକ ଜଳ ପ୍ରବାହିତ ହେଉଛି।

Leave A Reply

Your email address will not be published.