Odisha Link
Bridging the Missing Links in Odisha

ରାଜ୍ୟରେ ଗଠନ ହେବ ୫୮ଟି ଶୀତଳଭଣ୍ଡାର, ଗୃହରେ ସୂଚନା ଦେଲେ ମନ୍ତ୍ରୀ

ଓଏଲ୍ ବ୍ୟୁରୋ: ରାଜ୍ୟ ବଜେଟ୍‌ ଅଧିବେଶନର ଅଷ୍ଟମ ଦିବସ। ଏହି ଅବସରରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଗୃହ ସରଗରମ ରହିଥିବାବେଳେ ରାଜ୍ୟରେ ଶୀତଳଭଣ୍ଡାର ପ୍ରସଙ୍ଗକୁ ନେଇ ଚର୍ଚ୍ଚା ହୋଇଥିଲା। ଯେଉଁଥିରେ ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ଗଠନ ହେବ ୫୮ଟି ଶୀତଳଭଣ୍ଡାର। ମୋହନ ସରକାର ରାଜ୍ୟରେ ୫୮ଟି ଶୀତଳଭଣ୍ଡାର ସ୍ଥାପନ କରିବେ। ପୂର୍ବ ସରକାର ଶୀତଳଭଣ୍ଡାର ଦାୟିତ୍ୱ ଚିଟଫଣ୍ଡ କମ୍ପାନୀକୁ ଦେଇଥିବାରୁ ତାହା ବନ୍ଦ ହୋଇଯାଇଛି।

ଅନ୍ୟପଟେ, ରାଜ୍ୟରେ ୪ ଚିନି କଳ ବନ୍ଦ ଥିବା ନେଇ ପ୍ରଶ୍ନବାଚି ସୃଷ୍ଟି ହୋଇଥିଲା। ଚିନି କଳ ବନ୍ଦ ପ୍ରସଙ୍ଗରେ ଗୃହରେ ଉପ ମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ଉତ୍ତର ରଖିଛନ୍ତି। ସେ କହିଛନ୍ତି, ପୂର୍ବ ସରକାରଙ୍କ ବିଗତ ବର୍ଷରେ ଅବହେଳା ଯୋଗୁଁ ରାଜ୍ୟର ବରଗଡ଼, ନୟାଗଡ଼, ବଡ଼ମ୍ବା, ଯାଜପୁର ବରୀ-କୃଷ୍ଣନଗର ଏବଂ ବଲାଙ୍ଗୀର-ବିଜୟାନନ୍ଦ ଭଳି ପାଞ୍ଚଟି ବଡ଼ ଚିନିକଳ ବନ୍ଦ ହୋଇ ଗଲାଣି।

ସେଥି ଲାଗି ରାଜ୍ୟରେ ଆଖୁ ଚାଷ ମଧ୍ୟ ଏକ ନିରାଶାଜନକ ସ୍ଥିତିରେ। ବଲାଙ୍ଗୀର ଚିନି କଳଟି ବ୍ୟବସାୟରେ କ୍ରମାଗତ ବିପୁଳ କ୍ଷତି ସହିବା ପରେ ୨୦୧୪ ମସିହାରେ ବନ୍ଦ ହୋଇଗଲା। ଭୁବନେଶ୍ୱର ଷ୍ଟେଟ କୋ-ଅପରେଟିଭ ବ୍ୟାଙ୍କରୁ ଆଣିଥିବା ୫୨.୨୩ କୋଟି ଟଙ୍କାର ଋଣ ଫେରସ୍ତ ଦେଇ ନ ପାରିବାରୁ ଏହି ଚିନି କଳର ସମ୍ପତ୍ତି ବ୍ୟାଙ୍କ ଦ୍ୱାରା ନିଲାମ ହେବାକୁ ବସିଲା। ସେହିପରି ଆର୍ଥିକ ଦୁଃସ୍ଥିତି କାରଣରୁ ବରଗଡ଼ ଚିନି କଳ ୨୦୧୭-୧୮ ପର ଠାରୁ ବନ୍ଦ ହୋଇ ଯାଇଛି।

Leave A Reply

Your email address will not be published.